ଧୱନ୍‌ଙ୍କ ଡବଲ୍‌ ଧମାକା, ଉଭୟ ଫିଲ୍ଡିଂରେ ଏବଂ ବ୍ୟାଟିଂରେ କଲେ କମାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ଧୱନ୍‌ଙ୍କ ଡବଲ୍‌ ଧମାକା, ଉଭୟ ଫିଲ୍ଡିଂରେ ଏବଂ ବ୍ୟାଟିଂରେ କଲେ କମାଲ

ଚେନ୍ନାଇ: ଭାରତୀୟ ଓପନର ଶିଖର ଧୱନ୍‌ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟି୨୦ ମ୍ୟାଚ୍‌ରେ ୨୦୧୮ କ୍ୟାଲେଣ୍ଡର ବର୍ଷର ୧ ହଜାର ଟି-୨୦ ରନ୍‌ ପୂରଣ କରିଛନ୍ତି। ଏପରି ରେକର୍ଡ ହାସଲ କରିବାରେ ସେ ଷଷ୍ଠ ଭାରତୀୟ ବୋଲି ଜଣାଯାଇଛି। ଏହି ମ୍ୟାଚ୍‌ ପୂର୍ବରୁ ସେ ୨୦ ରନ୍‌ ପଛରେ ଥିଲେ। ଶେଷ ଖବର ସୁଦ୍ଧା ଧୱନ୍‌ ନିଜର ଦମ୍‌ଦାର ଅର୍ଦ୍ଧଶତକ ସହିତ ୮୫ ରନ୍‌ କରି ଅପରାଜିତ ଅଛନ୍ତି। ତାଙ୍କ ସହିତ ରିଷଭ୍‌ ପନ୍ତ ୫୩ ରନ୍‌ କରି ଏହି ବୃହତ ଭାଗିଦାରୀରେ ପ୍ରମୁଖ ଭୂମିକା ନେଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ଦେଇଥିବା ୧୮୨ ରନ୍‌ର ଟାର୍ଗେଟ୍‌ ହାସଲ କରିବାପାଇଁ ଭାରତ ୧୮ ବଲ୍‌ରେ ୧୯ ରନ୍‌ ଆବଶ୍ୟକ କରୁଛି।

ତାଙ୍କ ପୂର୍ବରୁ ନିୟମିତ ଅଧିନାୟକ ବିରାଟ କୋହଲି, ସୁରେଶ ରୈନା, ମହେନ୍ଦ୍ର ସିଂହ ଧୋନି, ଯୁବରାଜ ସିଂହ ଏବଂ ଆଜି ମ୍ୟାଚ୍‌ର ଅଧିନାୟକ ରୋହିତ ଶର୍ମା ଏହି ସଫଳତା ପାଇସାରିଛନ୍ତି। କୋହଲି ଏହି ରେକର୍ଡ ସବୁଠାରୁ କମ୍‌ ଇନିଂସ୍‌ ଅର୍ଥାତ ମାତ୍ର ୨୭ଟି ଇନିଂସ୍‌ରେ ହାସଲ କରିପାରିଛନ୍ତି।

ଅବିଶ୍ୱସନୀୟ ଫିଲ୍ଡିଂ

ଧୱନ୍‌ ଫିଲ୍ଡିଂରେ ମଧ୍ୟ ଆଜି ନିଜର କରିସ୍ମା ଦେଖାଇଛନ୍ତି। କୃନାଲ ପାଣ୍ଡ୍ୟାଙ୍କ ବଲ୍‌ରେ ଶାଇ ହୋପ୍‌ ମାରିଥିବା ଏକ ବାଉଣ୍ଡରୀ ଶଟ୍‌ ଛକା ହେବା ନେଇ ସମସ୍ତେ ନିଶ୍ଚିତ ଥିବାବେଳେ ଧୱନ୍‌ ଏହାକୁ ଅଟକାଇବାରେ ସମର୍ଥ ହୋଇଛନ୍ତି। ମ୍ୟାଚ୍‌ର ଷଷ୍ଠ ଓଭରରେ ଏହି ଶଟ୍‌ ମାରି ହୋପ୍‌ ଯଦିଓ ଧୱନ୍‌ଙ୍କ ହାତରେ ଧରାପଡ଼ିଥିଲେ, ଧୱନ୍‌ ଜାଣିପାରିଥିଲେ ସେ ବାଉଣ୍ଡରୀ ବାହାରକୁ ଯାଉଛନ୍ତି। ତେଣୁ ସେ ତୁରନ୍ତ ବଲକୁ ଫୋପାଡ଼ି ବାଉଣ୍ଡରୀ ହେବାରୁ ବଞ୍ଚାଇଦେଇଥିଲେ। ଦେଖନ୍ତୁ ଆଜିର ଫ୍ଲାଇଂ ଜାଠ ଧୱନ୍‌ଙ୍କର ଏହି ଭିଡିଓ।



from Odisha Reporter https://ift.tt/2DxEWNt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages