
ସୁନ୍ଦରଗଡ଼ (ବିଜୟ ବରୁଆ): ରକ୍ତ ସମ୍ପର୍କରେ କଳଙ୍କ ସୃଷ୍ଟି କରିଛି ସୁନ୍ଦରଗଡ଼ ଜିଲ୍ଲାରେ ଘଟିଯାଇଥିବା ଏକ ଅଭାବନୀୟ କାଣ୍ଡ। ମଦ ପାଇଁ ନିଜ ଜନ୍ମକଲା ମାଆକୁ ମାରିଦେଇଛି ପୁଅ। ଏପରି ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ପୁଅ ମହେଶ ବାର୍ଲାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୂରା ଘଟଣା ଏମିତି। ଦେଓଭୁବନପୁର ଗାଁରେ ସପରିବାରେ ବାସ କରନ୍ତି ସୋମବାରୀ ବାର୍ଲା। ସବୁ ଦିନ ପରି ଗତକାଲି ରାତିରେ ସମସ୍ତେ ଖାଇ ପିଇ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ମଝିଆ ପୁଅ ମହେଶ ଶୋଇବା ଘରୁ ଉଠିଆସି ମାଆ ସୋମବାରୀଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲା। ପଇସା ନାହିଁ ବୋଲି ସୋମବାରୀ କହିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ମହେଶ ଏକ ଇଟାରେ ଅତି ବୀଭତ୍ସଭାବେ ମାଆ ସୋମବାରୀଙ୍କ ମୁଣ୍ଡକୁ ଛେଚି ମାରିଦେଇଥିଲା।
ଆଜି ସକାଳେ ସୋମବାରୀଙ୍କ ବଡ଼ ପୁଅ ମାଆର ମୃତ୍ୟୁ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମୃତଦେହ ଜବତ କରିବା ସହିତ ମହେଶଙ୍କୁ ଗିରଫ କରିଛି।
from Odisha Reporter https://ift.tt/2JXMtpc
No comments:
Post a Comment