#me too: ମହିଳା ସାମ୍ବାଦିକଙ୍କ ବିରୋଧରେ କୋର୍ଟ ଯିବେ ଟିଭି ସାମ୍ବାଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

#me too: ମହିଳା ସାମ୍ବାଦିକଙ୍କ ବିରୋଧରେ କୋର୍ଟ ଯିବେ ଟିଭି ସାମ୍ବାଦିକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଇଣ୍ଡିଆ ଟୁଡେର କାର୍ଯ୍ୟନିର୍ବାହୀ ସାମ୍ବାଦିକ ଗୌରବ ସାୱନ୍ତଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡ଼ନ ମାମଲା ଆଜି ନୂଆ ମୋଡ଼ ନେଇଛି। ଦୁଇ ତଳେ ତାଙ୍କ ବିରୋଧରେ ବିଦ୍ୟା କ୍ରିଷ୍ଣନ୍ ନାମକ ଜଣେ ମହିଳା ସାମ୍ବାଦିକ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏ ସମ୍ପର୍କରେ ସେ ‘ଦି କାରାଭାନ’ ମ୍ୟାଗାଜିନ୍‌ରେ ଏକ ଆଲେଖ୍ୟ ମଧ୍ୟ ପ୍ରକାଶ କରିଥିଲେ। ତେବେ ଏହା ବିରୋଧରେ ଶ୍ରୀ ସାୱନ୍ତ କୋର୍ଟରେ ମାନହାନି ମାମଲା ରୁଜୁ କରିବେ ବୋଲି ଆଜି କହିଛନ୍ତି।

କ୍ରିଷ୍ଣନ୍ କହିଥିଲେ, ସେ ସାୱନ୍ତ ଦେଇଥିବା ଏକ ଆସାଇନ୍‌ମେଣ୍ଟରେ ବ୍ୟସ୍ତ ଥିବା ବେଳେ ବାରମ୍ବାର ଯୌନ ନିର୍ଯାତନାର ଶିକାର ହୋଇଥିଲେ। ଏପରି କି ଶ୍ରୀ ସାୱନ୍ତ ମଧ୍ୟ କ୍ରିଷ୍ଣନ୍ ରହୁଥିବା ହୋଟେଲ୍‌ରେ ପହଞ୍ଚି ତାଙ୍କ ସହ କଦର୍ଯ୍ୟ କାଣ୍ତ ଭିଆଇ ଥିଲେ।

ଏହି ଘଟଣା ପରେ ଶ୍ରୀ ସାୱନ୍ତ ଟ୍ୱିଟ୍‌ ଯୋଗେ କହିଛନ୍ତି ଯେ, “ ‘କାରାଭାନ’ରେ ପ୍ରକାଶିତ ଲେଖାଟି ସଂପୂର୍ଣ୍ଣ ଅମୂଳକ ଓ ମିଥ୍ୟା। ଏ ସମ୍ପର୍କରେ ମୁଁ ମୋର ଓକିଲଙ୍କ ସହ କଥା ହୋଇଛି ଏବଂ ଏହା ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବି। ମୋ ପରିବାର, ବନ୍ଧୁ ଓ ଦର୍ଶକମାନେ ମୋତେ ସମର୍ଥନ କରୁଥିବାରୁ ଧନ୍ୟବାଦ।’

‘ଦି ପାଓନିଅର’ ଖବରକାଗଜରେ କ୍ରିଷ୍ଣନ୍ ନୂଆ କରି ସାମ୍ବାଦିକତା କରୁଥିବା ବେଳେ ସାୱନ୍ତ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଦୀର୍ଘ ୧୫ ବର୍ଷ ତଳେ ଯେତେବେଳେ କ୍ରିଷ୍ଣନ୍ ପଞ୍ଜାବର ପ୍ରତିରକ୍ଷା କ୍ୟାମ୍ପରେ ଡ୍ରିଲ ସମ୍ପର୍କିତ ଖବର ସଂଗ୍ରହ କରୁଥିଲେ ସେତେବେଳେ ଏହାର ତଦାରଖ ଶ୍ରୀ ସାୱନ୍ତ କରୁଥିଲେ। ଏହି ସମୟରେ ଶ୍ରୀ ସାୱନ୍ତ ତାଙ୍କ ପଛରେ ବସିବା ସହ ତାଙ୍କ କାନ୍ଧରେ ହାତ ଥୋଇ ଅଶାଳୀନ ବ୍ୟବହାର କରିଥିବା କ୍ରିଷ୍ଣନ୍ ଅଭିଯୋଗ କରିଛନ୍ତି।



from Odisha Reporter https://ift.tt/2DBEmhV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages