ବାହା ହୋଇ ମଧ୍ୟ ଛାତ୍ରୀଙ୍କ ପ୍ରେମକୁ ଭୁଲି ପାରିଲେନି ସାର୍‌, ଘଟାଇଲେ ଏମିତି ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ବାହା ହୋଇ ମଧ୍ୟ ଛାତ୍ରୀଙ୍କ ପ୍ରେମକୁ ଭୁଲି ପାରିଲେନି ସାର୍‌, ଘଟାଇଲେ ଏମିତି ଘଟଣା

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ବିବାହିତ ଶିକ୍ଷକ ଏକ ଅଜବ ଘଟଣା ଘଟାଇଛନ୍ତି। ଶିକ୍ଷକ ଜଣଙ୍କର ୪ ମାସ ତଳେ ବିବାହ ହୋଇଥିଲେ ହେଁ ଜଣେ ଛାତ୍ରୀଙ୍କ ସହ ଥିବା ତାଙ୍କ ପ୍ରେମ ସମ୍ପର୍କକୁ ଭୁଲି ପାରି ନଥିଲେ।

ନିଜର ମାନସିକ ସନ୍ତୁଳନ ହରାଇ ସେ ସମ୍ପୃକ୍ତ ଛାତ୍ରୀଙ୍କୁ ବାରମ୍ବାର ଛୁରୀରେ ଆକ୍ରମଣ କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଆହତ ମହିଳା ହେଉଛନ୍ତି ଆଇନ୍‌ ବିଭାଗର ଶେଷ ବର୍ଷର ଛାତ୍ରୀ। ତାଙ୍କୁ ଆକ୍ରମଣ କରିଥିବା ଶିକ୍ଷକଙ୍କ ପାଖକୁ ସେ ପୂର୍ବରୁ ଟ୍ୟୁସନ୍‌ ହେବାକୁ ଆସୁଥିଲେ। ଏହି ପାଠପଢ଼ା ଭିତରେ ସାର୍‌ ଓ ଛାତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ପ୍ରେମ।

ଏହି ପ୍ରେମକୁ ବିବାହର ରୂପ ଦେବା ପାଇଁ ସାର୍‌ ଜଣଙ୍କ ତାଙ୍କ ଘରେ କହିଥିଲେ। ହେଲେ ତାଙ୍କ ପରିବାର ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ୪ ମାସ ତଳେ ଅନ୍ୟ ଜଣେ ଝିଅ ସହ ତାଙ୍କର ବିବାହ କରିଦେଇଥିଲେ।

ବାହାଘର ପରେ ମଧ୍ୟ ସାର୍ ଛାତ୍ରୀଙ୍କୁ ତାଙ୍କ ସହ ପୂର୍ବ ପରି ପ୍ରେମ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ହେଲେ ଛାତ୍ରୀ ଜଣଙ୍କ ଏଥିରେ ରାଜି ହୋଇ ନଥିଲେ। ସାର୍‌ ଛାତ୍ରୀଙ୍କୁ ଡାକି ପ୍ରଥମେ ବୁଝାଇଥିଲେ। ହେଲେ ସେ ନ ବୁଝିବାରୁ ତାଙ୍କୁ ସ୍କ୍ରୁ ଡ୍ରାଇଭର୍ ଓ ଛୁରୀରେ ଆକ୍ରମଣ କରିଥିଲେ।

ଛାତ୍ରୀଙ୍କ ଅବସ୍ଥା ଗୁରୁତୁର ହେବାରୁ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/2P1SUsd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages