ଦେଶୀ ଗର୍ଲ ଧୂନ୍‌ରେ ନାଚିଲେ ବିଦେଶୀ ବଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ଦେଶୀ ଗର୍ଲ ଧୂନ୍‌ରେ ନାଚିଲେ ବିଦେଶୀ ବଏ

ମୁମ୍ବାଇ(ଓଡ଼ିଶା ରିପୋର୍ଟର):  ନିକଟରେ ସରିଛି ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଉ ହଲିଉଡ୍‌ ଗାୟକ ନିକ୍‌ ଜୋନ୍ସଙ୍କ ବହୁ ଚର୍ଚ୍ଚିତ ବିବାହ। ପ୍ରିୟଙ୍କା ନିକ୍‌ଙ୍କୁ ନେଇ ବଲିଉଡ୍‌ରେ ଢେର ଚର୍ଚ୍ଚା ପରେ ଦୁହେଁ ବିବାହ କରିଛନ୍ତି। ବିବାହ ସମ୍ପୂର୍ଣ୍ଣ ରାଜକୀୟ ଠାଣିରେ ହୋଇଥିଲା। ୱେଡିଂ ଡ୍ରେସ୍‌ଠୁ ଆରମ୍ଭ କରି କେକ୍‌ ପର୍ଯ୍ୟନ୍ତ ସବୁଥିରେ ଦେଖିବାକୁ ମିଳିଥିଲା ରାଜକୀୟ ଛଟା। ସବୁ କିଛି ସ୍ୱତନ୍ତ୍ର ଏବଂ ବହୁମୂଲ୍ୟର। ଏଥିସହ ବିବାହରେ ନିକ୍‌-ପ୍ରିୟଙ୍କାଙ୍କ କେମେଷ୍ଟ୍ରି ମଧ୍ୟ ଦେଖଣାହାରୀଙ୍କ ମନ କିଣିଥିଲା। ସେ ବିବାହ ହେଉ କି ରିସେପ୍‌ସନ୍‌ ଉଭୟ ପରସ୍ପରକୁ ନେଇ ବେଶ୍‌ ଖୁସିଥିବା ସ୍ୱଚକ୍ଷୁରେ ଦେଖିଥିଲେ ଦର୍ଶକ।

ଏବେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଏହି ହାପି କପଲଙ୍କୁ ବାରମ୍ବାର ଦେଖିବାକୁ ମିଳୁଛି। ନିକଟରେ ଉଭୟଙ୍କ ଡାନ୍ସର ଭିଡିଓ ଏବେ ଚର୍ଚ୍ଚାରେ। ଭିଡିଓଟି ୟୁଟ୍ୟୁବ୍‌ରେ ଏ ପର୍ଯ୍ୟନ୍ତ ୧୭୦ ଜଣ ଦର୍ଶକ ଦେଖି ସାରିଛନ୍ତି। ସବୁଠାରୁ ମଜା କଥା ହେଉଛି, “ଦେଶୀ ଗର୍ଲ” ଧୂନ୍‌ରେ ନାଚ କରିଛନ୍ତି ନିକ୍‌।

ଗୁରୁବାର ନିକ୍‌ ଆଉ ପ୍ରିୟଙ୍କା ଦେଉଥିଲେ ବିବାହର ୩ୟ ଅଭ୍ୟର୍ଥନା ଭୋଜି। ମୁମ୍ବାଇର ତାଜ୍‌ ଲ୍ୟାଣ୍ଡ ଏଣ୍ଡରେ ଆୟୋଜିତ ଏହି ସେଲିବ୍ରେଟି ରିସେପ୍‌ସନ୍‌ରେ ରଣବୀର ସିଂହ, ଦୀପିକା ପାଦୁକୋନ୍‌, ସଲମାନ୍‌ ଖାନ୍‌, ଅନୁଷ୍କା ଶର୍ମାଙ୍କ ଭଳି ସେଲିବ୍ରିଟିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।



from Odisha Reporter http://bit.ly/2PSpj4Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages