ବିଦେଶୀ କାର୍‌ ନମ୍ବର ପ୍ଲେଟ୍‌ରେ ଧୋନିଙ୍କ ନାଁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ବିଦେଶୀ କାର୍‌ ନମ୍ବର ପ୍ଲେଟ୍‌ରେ ଧୋନିଙ୍କ ନାଁ !

ଚେନ୍ନାଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌ର କ୍ୟାପ୍ଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଫ୍ୟାନ୍‌ ସଂଖ୍ୟା କାହାକୁ ଅଛପା ନାହିଁ। ସେ ଦେଶରେ ଖେଳନ୍ତୁ କି ବିଦେଶରେ ତାଙ୍କୁ ଦେଖିବାକୁ ଲକ୍ଷ ଲକ୍ଷ ଫ୍ୟାନ୍‌ ପାଗଳ ହୋଇଯାଆନ୍ତି।

ସେ ଚେନ୍ନାଇ ସୁପର କିଙ୍ଗସ୍‌ ପକ୍ଷରୁ ନେତୃତ୍ୱ ନେଉଥିବାରୁ ଗତ ଆଇପିଏଲ୍‌ରେ ଜଣେ ଫ୍ୟାନ୍‌ ନିଜ ଶରୀରକୁ ସଂପୂର୍ଣ୍ଣ ହଳଦିଆ ରଙ୍ଗରେ ରଙ୍ଗେଇ ହୋଇ ଧୋନିଙ୍କୁ ଷ୍ଟାଡିୟମରେ ସମର୍ଥନ ଜଣାଇ ସମ୍ମାନ ପ୍ରଦର୍ଶନ କରିଥିଲେ। ଏବେ ଆଉ ଜଣେ ଫ୍ୟାନ୍‌ଙ୍କ ହରକତ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଆମେରିକାର ଲସ୍‌ ଆଞ୍ଜେଲିସ୍‌ରେ ରହୁଥିବା ଧୋନିଙ୍କ ଜଣେ ଫ୍ୟାନ୍‌ କାର୍‌ ନମ୍ବରପ୍ଲେଟ୍‌ରେ ମାହିଙ୍କ ନାଁ ଲେଖିଛନ୍ତି। ଅର୍ଥାତ ଉକ୍ତ କାର୍‌ରେ କୌଣସି ରେଜିଷ୍ଟ୍ରେସନନମ୍ବର ନାହିଁ। ନମ୍ବର ପ୍ଲେଟ୍‌ ସ୍ଥାନରେ କେବଳ ଏମ୍‌ଏସ୍‌ ଧୋନି ଲେଖାଯାଇଛି।

ଏହି ଫଟୋକୁ ଚେନ୍ନାଇ ସୁପର କିଙ୍ଗସ୍‌ ପକ୍ଷରୁ ତା’ର ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟ ରେ ଛଡ଼ା ଯାଇଛି। ଯେଉଁଥିରେ ଧୋନିଙ୍କୁ କିଙ୍ଗ ଓ ଲସ୍‌ଆଞ୍ଜେଲସ୍‌ ମଧ୍ୟ ଧୋନିଙ୍କ ପାଇଁ ପାଗଳ ବୋଲି ଏଥିରେ କୁହାଯାଇଛି।

୩୭ ବର୍ଷୀୟ ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ୩ଥର ଆଇପିଏଲ୍‌ ବିଜେତା ହୋଇଛି। ସେହିପରି ଧୋନିଙ୍କ ପାଇଁ ଚେନ୍ନାଇ ୨ଥର ଚାମ୍ପିୟନଶ ଲିଗ୍‌ ଟି-୨୦ ଜିତିଛି।



from Odisha Reporter http://bit.ly/2V1KZiT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages