
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିବାରୁ ୩ ରାଜ୍ୟରେ କ୍ଷମତା ହରାଇଲା ବିଜେପି। ଚାଷୀଙ୍କୁ ଋଣମୁକ୍ତ କରିବା, ବେରୋଜଗାରଙ୍କୁ ନିଯୁକ୍ତି ଦେବା ଓ ରାମ ମନ୍ଦିର ନିର୍ମାଣ କରିବାରେ ବିଫଳ ହୋଇଥିବାରୁ ବିଜେପି ପରାଜିତ ହେଲା ବୋଲି କହିଛନ୍ତି ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଭାପତି ତଥା ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଆନ୍ତର୍ଜାତିକ କାର୍ଯ୍ୟକାରୀ ସଭାପତି ପ୍ରବୀଣ ତୋଗାଡ଼ିଆ।
ସେ ଆହୁରି କହିଛନ୍ତି, “ଯଦି ସରକାର ଏସବୁ ପ୍ରତିଶ୍ରୁତି ପୂରଣ କରିଥାନ୍ତେ, ତେବେ ୪ ରାଜ୍ୟ ବିଧାନସଭା ନିର୍ବାଚନରେ ଏଭଳି ଫଳାଫଳ ଆସିନଥାନ୍ତା।”
ଓଡ଼ିଶା ଗସ୍ତରେ ଆସିଥିବା ପ୍ରବୀଣ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପରେ ଏଠାରୁ ସେ ଭଦ୍ରକ, ଜୟପୁର ଓ ଝାରସୁଗୁଡା ଯାଇ ବିଭିନ୍ନ ସଭା ଓ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।
ତେବେ ତୋଗାଡ଼ିଆଙ୍କ ଏଭଳି ମନ୍ତବ୍ୟ ଉପରେ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ।
from Odisha Reporter http://bit.ly/2Cuy41R
No comments:
Post a Comment