ଟି-୨୦: ହୋପ୍‌ଙ୍କ ରେକର୍ଡ ବ୍ରେକିଂ ଅର୍ଦ୍ଧଶତକ ବଳରେ ଜିତିଲା ଇଣ୍ଡିଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ଟି-୨୦: ହୋପ୍‌ଙ୍କ ରେକର୍ଡ ବ୍ରେକିଂ ଅର୍ଦ୍ଧଶତକ ବଳରେ ଜିତିଲା ଇଣ୍ଡିଜ

ଢାକା: ଶାଇ ହୋପଙ୍କ ରେକର୍ଡ ଅର୍ଦ୍ଧଶତକ ବଳରେ ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦କୁ ୱେଷ୍ଟଇଣ୍ଡିଜ୍‌ ୮ ୱିକେଟ୍‌ରେ ଜିତି ନେଇଛି। ଏହି ମ୍ୟାଚ୍‌ରେ ହୋପ୍‌ ବିଶ୍ୱର ତୃତୀୟ ଦ୍ରୁତତମ ଖେଳାଳି ଭାବେ ଟି-୨୦ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ମାତ୍ର ୧୬ ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିବାରୁ ବାଂଲାଦେଶ ବିପକ୍ଷ ମ୍ୟାଚ୍‌କୁ ଇଣ୍ଡିଜ୍‌ ଦଳ ୫୫ଟି ବଲ୍‌ ପୂର୍ବରୁ ଜିତି ନେଇଛି।

ହୋପ୍‌ଙ୍କ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର କଲିନ୍‌ ମନରୋ ୧୪ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ପ୍ରଥମ ସ୍ଥାନରେ ଟିମ୍‌ ଇଣ୍ଡିଆର ଯୁବରାଜ ସିଂହ ଅଛନ୍ତି। ସେ ମାତ୍ର ୧୨ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଆଜି ଯାଏ ଯୁବରାଜଙ୍କ ରେକର୍ଡ କେହି ଭାଙ୍ଗି ପାରି ନାହାନ୍ତି।

ଅନ୍ୟପକ୍ଷରେ ମ୍ୟାଚ୍‌ କଥା ବିଚାରକୁ ନେଲେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୧୩୦ ରନ୍‌ କରିଥିଲା। ଏହାର ଜବାବ୍‌ରେ ୱେଷ୍ଟଇଣ୍ଡିଜ୍‌ ୧୦.୫ ଓଭର୍‌ରେ ୨ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ହୋପ୍‌ ଏହି ମ୍ୟାଚ୍‌ରେ ମାତ୍ର ୨୩ଟି ବଲ୍‌ରେ ୩ଟି ଚୌକା ଓ ୬ଟି ଛକା ବଳରେ ୫୫ ରନ୍‌ର ଇନିଂସ ଖେଳିଥିଲେ।



from Odisha Reporter https://ift.tt/2LnL1Nw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages