୨୦୧୮ରେ ଟି-୨୦ ସିରିଜ ହାରିନାହାନ୍ତି ଭାରତ ଓ ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

୨୦୧୮ରେ ଟି-୨୦ ସିରିଜ ହାରିନାହାନ୍ତି ଭାରତ ଓ ପାକିସ୍ତାନ

ନୂଆଦିଲ୍ଲୀ: ବିଦାୟ ନେବାକୁ ବସିଛି ୨୦୧୮। କ୍ରିକେଟ୍‌ ଜଗତରେ ୨୦୧୮ ମସିହାରେ ଘଟିଛି ଅନେକ ଘଟଣା ଓ ଦୁର୍ଘଟଣା। ଦର୍ଶକେ ଫଟାଫଟ କ୍ରିକେଟ୍‌ର ମଜା ଉଠାଇଥିବା ବେଳେ ଅଷ୍ଟ୍ରେଲିଆର ତିନିଜଣ ଖେଳାଳି ବଲକୁ ବିକୃତ କରିବା ଘଟଣା ଜେଣ୍ଟଲମ୍ୟାନ୍‌ଙ୍କ ଗେମ୍‌ କୁହାଯାଇଥିବା କ୍ରିକେଟରେ ଲଗାଇଥିଲା କଳଙ୍କ। ସେହିପରି ଟିମ୍‌ ଇଣ୍ଡିଆର କୋଚ୍‌ ପଦରୁ ଅନୀଲ କୁମ୍ବଲେଙ୍କୁ ବିଦା କରାଯିବା ଘଟଣା ହେଉ କିମ୍ବା ମହିଳା ଟିମ୍‌ର କୋଚ୍‌ ରମେଶ ପାୱାର ଏବଂ ଷ୍ଟାର ଖେଳାଳି ମିତାଲି ରାଜଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା, ଏସବୁକୁ ନେଇ ବେଶ ଘଟଣାବହୁଳ ଥିଲା ୨୦୧୮।

ସେହିପରି ଦୀର୍ଘ ୧୦ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ କୌଣସି ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତିବାର ରେକର୍ଡ କରିଥିଲା ଟିମ୍‌ ଇଣ୍ଡିଆ। ଆଡେଲେଡ୍‌ ଟେଷ୍ଟ୍‌ରେ କଙ୍ଗାରୁ ଦଳକୁ ୩୧ରେ ହରାଇ ଇତିହାସ ସୃଷ୍ଟି କରିଥିଲା ବିରାଟ ବାହିନୀ। ତେବେ ଆଜି ଏହି ବିଦାୟୀ ବର୍ଷରେ ଆମେ ଟି-୨୦ କ୍ରିକେଟ୍‌ରେ କ’ଣ ସବୁ ଘଟିଥିଲା, ତା’ର ଏକ ସଂକ୍ଷେପ ସୂଚନା ପାଠକଙ୍କୁ ଭେଟି ଦେଉଛୁ।

୨୦୧୮ରେ ସମୁଦାୟ ୨୯ଟି ଟି-୨୦ ସିରିଜ୍‌ ବା ଟୁର୍ଣ୍ଣାମେଣ୍ଟ ଖେଳା ଯାଇଥିଲା। କ୍ରିକେଟର ଏହି ଛୋଟିଆ ଫରମାଟରେ ଉଭୟ ଭାରତ ଏବଂ ପାକିସ୍ତାନ ନିଜର ଦବଦବା ଦେଖାଇବା ସହ ଗୋଟିଏ ହେଲେ ସିରିଜ୍‌ ହାରିନାହାନ୍ତି। ସେହିପରି ଆଫ୍‌ଗାନିସ୍ତାନ ୭ଟି ମ୍ୟାଚ୍‌ ଖେଳିଥିବା ବେଳେ ଗୋଟିଏ ହେଲେ ବି ମ୍ୟାଚ୍‌ ହାରିନାହିଁ। ଟି-୨୦ରେ ପାକିସ୍ତାନ ବିଶ୍ୱର ୧ ନଂ ଦଳ ରହିଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।

ଚଳିତ ବର୍ଷ ରୋହିତ ଶର୍ମା ଦୁଇଟି ଟି-୨୦ ଶତକ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ଓପନର ଆରୋନ୍‌ ଫିଞ୍ଚ ୧୭୨ ରନ୍‌ ଇନିଂସ ଖେଳିଛନ୍ତି। ସେହିପରି ଶିଖର ଧୱନ ଟି-୨୦ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିରାଟ୍‌ କୋହଲିଙ୍କ ରେକର୍ଡ ଭାଙ୍ଗି ସର୍ବାଧିକ ରନ୍‌ ହାସଲକାରୀ କ୍ରିକେଟର ବନିଛନ୍ତି। ୨୦୧୮ରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଆଣ୍ଡ୍ରୁ ଟାଏ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲର ହୋଇଛନ୍ତି।

୧: କିଏ କେତେ ମ୍ୟାଚ୍‌ ଖେଳିଛି ଓ ଜିତିଛି 

 Team  T20Is   Won   Lost   Tied   NR   %W
 Afghanistan  7  7  0  0  0  100.0
 Australia  19  10  8  0  1  55.5
 Bangladesh  16  5  11  0  0  31.25
 England  9  4  5  0  0  44.44
 ICC World XI  1  0  1  0  0  0.00
 India  19  14  4  0  1  77.77
 Ireland  8  1  6  1  0  18.75
 Nepal  1  0  0  0  1  0.00
 Netherlands  5  2  2  0  1  50.00
 New Zealand  13  3  9  0  1  25.00
 Pakistan  19  17  2  0  0  89.47
 Scotland  6  2  3  1  0  41.66
 South Africa  7  4  3  0  0  57.14
 Sri Lanka  8  4  4  0  0  50.00
 UAE  1  0  1  0  0  0.00
 West Indies  15  4  10  0  1  28.57
 Zimbabwe  8  0  8  0  0  0.00

 

ପାକିସ୍ତାନ ୨୦୧୮ରେ ସର୍ବାଧିକ ୧୭ଟି ଟି-୨୦ ମ୍ୟାଚ୍‌ ଜିତିଛି।

ଆଫଗାନିସ୍ତାନ ସମସ୍ତ ୭ ଟି-୨୦ ମ୍ୟାଚ୍‌ ଜିତିଥିବା ବେଳେ ଜିମ୍ୱାୱେ ସବୁ ମ୍ୟାଚ୍‌ ହାରିଛି।

୨: ସର୍ବାଧିକ ରନ୍ ହାସଲକାରୀ

 Player  T20Is   Inns   NO   Runs   Avg  SR  HS  100   50 
 Shikhar Dhawan  18  17  0  689  40.52  147.2  92  0  6
 Rohit Sharma  19  18  2  590  36.87  147.5  111*  2  3
 Fakhar Zaman  17  17  0  576  33.88  148.8  91  0  4
 Babar Azam  12  12  3  563  62.55  126.5  97*  0  6
 Aaron Finch  17  17  4  531  40.84  176.4  172  1  2
 D’Arcy Short  18  18  2  515  32.18  121.2  76  0  4
 Glenn Maxwell  19  18  4  506  36.14  143.7  103*  1  2
 Colin Munro  12  12  1  500  45.45  178.6  104  1  4
 Mahmudullah  16  16  4  414  34.50  138.0  45  0  0
 Martin Guptill  10  10  0  410  41.00  146.9  105  1  4

 

ଶିଖର ଧୱନ ଚଳିତ ବର୍ଷ ଟି-୨୦ରେ ୬୮୯ ରନ୍‌ କରିଛନ୍ତି। ସେ ବିଶ୍ୱର ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହୋଇଛନ୍ତି।

ରୋହିତ ଶର୍ମା ଚଳିତ ବର୍ଷ ୨ଟି ଶତକ ହାସଲ କରିବା ପରେ ବିଶ୍ୱର ପ୍ରଥମ ଖେଳାଳି ଭାବେ ଟି-୨୦ରେ ୪ଟି ଶତକ ହାସଲ କରିବାର ପ୍ରଥମ ଖେଳାଳି ହୋଇଛନ୍ତି।

ଚଳିତ ବର୍ଷ ୫ ଖେଳାଳି ୫୦୦ରୁ ଅଧିକ ରନ୍‌ କରିଛନ୍ତି।

୩: ସର୍ବାଧିକ ବ୍ୟକ୍ତିଗତ ସ୍କୋର

172 – Aaron Finch vs ZIM at Bulawayo

111* – Rohit Sharma vs WI at Lucknow

105 – Martin Guptill vs AUS at Auckland

104 – Colin Munro vs WI at Mount Maunganui

103* – Glenn Maxwell vs ENG at Hobart

୪: ସବୁଠାରୁ ଅଧିକ ୫୦ ରନ୍‌ କରିଥିବା ଖେଳାଳି

୧: ବାବର ଆଜାମ ଓ ଶିଖର ଧୱନ(୬ଥର)

୨: ରୋହିତ ଶର୍ମା(୨ଟି ଶତକ, ୩ଟି ୫୦)

୩: କୋଲିନ୍‌ ମନରୋ/ମାର୍ଟିନ ଗପ୍ଟିଲ୍‌(୫ଥର)

୪: କୁଶଲ ମେଣ୍ଡିସ, ଡି ଆର୍ସି ଶଟ୍‌ ଓ ଫକର ଜମାନ(୪ଥର)

୫: ସର୍ବାଧିକ ୱିକେଟ ଦଖଲକାରୀ

 Player  T20Is   Inns   Wkts   Avg  BBI  SR  Eco  4w   5w 
 Andrew Tye  19  18  31  18.93  4/23  13.2  8.56  1  0
 Shadab Khan  19  19  28  17.42  3/19  15.7  6.62  0  0
 Billy Stanlake  16  16  25  18.40  4/8  14.1  7.79  1  0
 Rashid Khan  8  8  22  8.68  4/12  8.1  6.36  2  0
 Kuldeep Yadav  9  9  21  9.80  5/24  9.8  5.97  1  1
 Mustafizur Rahman  13  13  21  21.19  3/31  12.9  9.85  0  0
 Yuzvendra Chahal  13  13  18  22.83  3/18  17.3  7.90  0  0
 Keemo Paul  13  13  17  23.17  5/15  17.1  8.09  0  1
 Shakib al Hasan  11  11  15  17.73  5/20  16.0  6.65  0  1
 Faheem Ashraf  19  18  15  24.06  3/5  20.4  7.05  0  0

 

୬: ଗୋଟିଏ ମ୍ୟାଚ୍‌ରେ ସବୁଠାରୁ ଭଲ ବୋଲିଂ ପ୍ରଦର୍ଶନ

୧: କେମୋ ପଲ୍‌(୧୫/୫ ବନାମ ବାଂଲାଦେଶ)

୨: ଶାକିବ ଅଲ ହାସଲ(୨୦/୫ ବନାମ ୱେଷ୍ଟଇଣ୍ଡିଜ)

୩: ଇମ୍ରାନ ତାହିର(୨୩/୫ ବନାମ ଜିମ୍ବାୱେ)

୪: ଭୁବନେଶ୍ୱର କୁମାର(୨୪/୫ ବନାମ ଦକ୍ଷିଣ ଆଫ୍ରିକା)

୫: କୁଲଦୀପ ଯାଦବ(୨୪/୫ ବନାମ ଇଂଲଣ୍ଡ)

 



from Odisha Reporter http://bit.ly/2AjtIsZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages