
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଏକତରଫା ପ୍ରେମରୁ ପ୍ରେମିକାର ସାନ ଭାଇକୁ ହତ୍ୟା କରିଛି ହତାଶ ପ୍ରେମିକ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ଫର୍ଦ୍ଦାଫାଶ କରିଛି ବ୍ରହ୍ମପୁର ଥାନା ପୁଲିସ। ଏହି ମାମଲାରେ ସଦର ଥାନା ପୁଲିସ ବ୍ରାହ୍ମଣୀପଲ୍ଲୀ ଅଞ୍ଚଳର ଅଭିଯୁକ୍ତ ଲିଙ୍ଗରାଜ ସେଠୀକୁ ଗିରଫ କରିଛି। ଅଭିଯୁକ୍ତ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଥିବା ପୁଲିସ କହିଛି।
ମୃତକଙ୍କ ବଡ଼ ଭଉଣୀଙ୍କୁ ଲିଙ୍ଗରାଜ ଭଲ ପାଉଥିଲେ। ଏପରିକି ଲିଙ୍ଗରାଜ ତାଙ୍କୁ ବାରମ୍ବାର ପ୍ରେମ ନିବେଦନ ମଧ୍ୟ କରିଥିଲେ। ମାତ୍ର ଏଥିରେ ଯୁବତୀ ଜଣକ ରାଜି ହୋଇନଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଲିଙ୍ଗରାଜ ଗତ ୬ ତାରିଖରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପ୍ରେମିକାର ସାନ ଭାଇକୁ ସାଥୀରେ ଛତ୍ରପୁର ନେଇଯାଇଥିଲେ। ପରେ ଫୋନ୍ କରି ପ୍ରେମିକାଙ୍କୁ ଡାକିଥିଲେ। ତୁ (ପ୍ରେମିକା) ନ ଆସିଲେ ତୋ ଭାଇକୁ ମାରିଦେବି ବୋଲି ଲିଙ୍ଗରାଜ ଧମକ ଦେଇଥିଲେ। ଏଭଳି ଧମକ ସତ୍ତ୍ୱେ ପ୍ରେମିକା ନଆସିବାରୁ ତାଙ୍କ ସାନ ଭାଇକୁ ଲିଙ୍ଗରାଜ ଅତି ବୀଭତ୍ସ ଭାବେ ବେକ କାଟି ହତ୍ୟା କରି କିଆ ବୁଦା ଭିତରକୁ ଫିଙ୍ଗି ଦେଇଥିଲା।
୯ ତାରିଖରେ ପୁଅ ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲା। ୧୦ ତାରିଖରେ ଛତ୍ରପୁରର ବ୍ରାହ୍ମଣପାଲ୍ଲୀରୁ ନାବାଳକର ମୃତଦେହ ଠାବ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଥିଲା। ତେବେ ଗତକାଲି ଲିଙ୍ଗରାଜ ଘରକୁ ଆସିଥିବା ଜାଣି ପୁଲିସ ତାକୁ ଉଠାଇ ଆଣି ପଚରାଉଚରା କରିଥିଲା। ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଛି। ଏପରିକି ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ମଧ୍ୟ ପୁଲିସ ଜବତ କରିଛି।
from Odisha Reporter http://bit.ly/2BGgoOX
No comments:
Post a Comment