
ଫେସବୁକ୍ ନିଜ ଫିଚର୍କୁ ନକଲ କରିବାରେ ମାହିର ଥିବା ପ୍ରମାଣିତ ହୋଇସାରିଛି। ବର୍ତ୍ତମାନ ଏହାର ମାଲିକାନାରେ ଥିବା ଇନ୍ଷ୍ଟାଗ୍ରାମ୍ ମଧ୍ୟ ସେଥିରୁ ବାଦ୍ ପଡ଼ିନି। ପୂର୍ବରୁ ହ୍ୱାଟ୍ସଆପ୍ ଏବଂ ଭକ୍ସର୍ ତରିକାରେ ଫେସବୁକ୍ରେ ଭଏସ୍ ମେସେଞ୍ଜର ଆଣିଥିବା ଏହି ସୋଶାଲ ନେଟ୍ୱର୍କିଂ ପ୍ଲାଟଫର୍ମ ଏବେ ଇନ୍ଷ୍ଟାଗ୍ରାମ୍ରେ ମଧ୍ୟ ଏହି ସୁବିଧା ଦେବାକୁ ଯୋଜନା କରିଛି ।
ଏହାକୁ ୱାକି-ଟକି ଫିଚର କୁହାଯାଉଥିଲା। ଅନ୍ୟ ସମସ୍ତ ମେସେଞ୍ଜର ପରି ଏଥିରେ ମଧ୍ୟ ମାଇକ୍ରୋଫୋନ୍ ବଟନ୍ ଦବାଇ ବାର୍ତ୍ତା ରେକର୍ଡ କରିବାକୁ ହେବ। ଏହି ଅଡିଓ ୱେଭ୍ଗୁଡ଼ିକ ପଠାଇବା ପରେ ଶୁଣି ହେବ ବୋଲି ଜଣାପଡ଼ିଛି।
ସର୍ବାଧିକ ଗୋଟିଏ ମିନିଟ୍ର ବାର୍ତ୍ତା ରେକର୍ଡ କରିବାର ସୁବିଧା ଥିବା ଏହି ମେସେଞ୍ଜର ଉଭୟ ଆଇଓଏସ୍ (ଆଇଫୋନ୍) ଏବଂ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ଫୋନ୍ରେ ଉପଲବ୍ଧ ହେବ। ଏହା ବର୍ତ୍ତମାନ ଭାଇବର, ଟେଲିଗ୍ରାମ୍ ଏବଂ ଜେଲୋ ଆଦି ପ୍ଲାଟଫର୍ମ ସହିତ ପ୍ରତିଯୋଗିତା କରିବ।
ଏହା କିଛି ମାତ୍ରାରେ ୟୁଜରଙ୍କ ପାଇଁ ଫାଇଦା ଆଣିଦେବ। ଯେଉଁ ସବୁ ଦେଶରେ ଇଂରାଜୀ ଏତେ ଲୋକପ୍ରିୟ ନୁହେଁ , ସେଠାରେ ଭଏସ୍ ମେସେଜ୍ ବେଶ୍ ଫାଇଦା ଦେବ। ଏତଦ୍ ବ୍ୟତୀତ ତରବରରେ ଥିବାବେଳେ ମଧ୍ୟ ଟେକ୍ସଟ୍ ମେସେଜ୍ ବଦଳରେ ଭଏସ୍ ଯୋଗେ ବାର୍ତ୍ତା ପଠାଇହେବ।
from Odisha Reporter https://ift.tt/2EbGE6S
No comments:
Post a Comment