ମଧ୍ୟପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ମଧ୍ୟପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ

ଭୋପାଲ୍‌: ମଧ୍ୟପ୍ରଦେଶରେ ୧୫ ବର୍ଷ ହେଲା ଶାସନ କରୁଥିବା ବିଜେପିକୁ ଗାଦିଚ୍ୟୁତ କରି କଂଗ୍ରେସ କ୍ଷମତା ଦଖଲ କରିବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା କଂଗ୍ରେସ ୨୩୦ ବିଧାନସଭା ଆସନରୁ ୧୧୭, ବିଜେପି ୧୦୪ ଓ ଅନ୍ୟାନ୍ୟ ଦଳ ୯ଟି ଆସନରେ ଆଗରେ ରହିଛନ୍ତି।

ତେଣୁ ଏଠାରେ କଂଗ୍ରେସ ସରକାର ଗଠନ କରିବା ସୁନିଶ୍ଚିତ। ଯଦି ଏଠାରେ କଂଗ୍ରେସ ସରକାର ଗଠନ କରିବ, ତା’ହେଲେ କିଏ ମୁଖ୍ୟମନ୍ତ୍ରୀ ହେବ, ତାକୁ ନେଇ କଂଗ୍ରେସ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କଂଗ୍ରେସର କିଛି ନେତା ଲୋକସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ କମଲ ନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଇଚ୍ଛା ପ୍ରକାଶ କରିଛି। ତେବେ ଆଉ ଗୋଟିଏ ଗୋଷ୍ଠୀ ଦଳୀୟ ହାଇକମାଣ୍ଡ ଫଳାଫଳ ପ୍ରକାଶ ପରେ ନିଷ୍ପତ୍ତି ନେବ ବୋଲି ମତ ଦେଇଛି।

ଅନ୍ୟପକ୍ଷରେ ଭେଟରାନ୍‌ କମଲ ନାଥଙ୍କ ପାଖରେ ଅଭିଜ୍ଞତା ଥିବା ବେଳେ ସିନ୍ଧିଆ ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ। ଏହି ଦୁଇ ନେତା ମଧ୍ୟପ୍ରଦେଶ କଂଗ୍ରେସର ପ୍ରଚାର ମଙ୍ଗ ଧରିଥିଲେ।

ପ୍ରଚାର ବେଳେ କମଲନାଥ ପୋଷ୍ଟର ଦେଖି କିଛି ଲୋକ ତାଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ବିବେଚନା କରିଥିଲେ। ସେହି ସମୟରେ ସିନ୍ଧିଆ କହିଥିଲେ, “ ଏତେ ଶୀଘ୍ର କାହିଁକି? ପ୍ରଥମେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇ ସାରୁ।” ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ସିନ୍ଧିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି। ତେଣୁ ମଧ୍ୟପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବ, ତା’ ଉପରେ ସମସ୍ତଙ୍କ ନଜର।



from Odisha Reporter https://ift.tt/2RQERrT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages