‘୯୦ ବିଧାୟକ ଓ ୧୫ ସାଂସଦ ଆସିବେ, ନିରଞ୍ଜନ ମୁଖ୍ୟମନ୍ତ୍ରୀ ହେବେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

‘୯୦ ବିଧାୟକ ଓ ୧୫ ସାଂସଦ ଆସିବେ, ନିରଞ୍ଜନ ମୁଖ୍ୟମନ୍ତ୍ରୀ ହେବେ’

congress

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଦେଖି କଂଗ୍ରେସ ପୂରା ଉତ୍ସାହିତ ହୋଇପଡ଼ିଛି। ଚୂଡ଼ାନ୍ତ ଫଳାଫଳ ଘୋଷଣା ହୋଇ ନଥିଲେ ବି ରାଜସ୍ଥାନ ଓ ଛତିଶଗଡ଼ରେ ଦଳ ସରକାର ଗଢ଼ିବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି। ଅନ୍ୟପକ୍ଷରେ ମଧ୍ୟ ପ୍ରଦେଶରେ ଦଳ ବିଜେପିକୁ କଡ଼ା ଟକ୍କର ଦେଉଛି। ଏ ଖବର ଲେଖାଯିବା ସୁଦ୍ଧା ଏଠାରେ କଂଗ୍ରେସ ୧୧୭ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୧୦୩ଟି ଆସନରେ ଆଗୁଆ ଅଛି। ଏଠାରେ ମ୍ୟାଜିକ୍ ନମ୍ବର ହେଉଛି ୧୧୬।

ଏ ଚିତ୍ର ଦେଖି ଓଡ଼ିଶା କଂଗ୍ରେସରେ ବି ଖୁସିର ଲହରୀ ଖେଳି ଯାଇଛି। ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ନେତା ଓ କର୍ମୀ ଉପସ୍ଥିତ ରହି ବାଣ ଫୁଟାଇ ଓ ଲଡୁ ଖୁଆଇ ଏହି ଖୁସିକୁ ଜାହିର କରିଛନ୍ତି। ତେବେ ଏ ଫଳାଫଳ ଶୁଣି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ଅଧିକ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ଖୁସିରେ ସେ କର୍ମୀଙ୍କ ସହିତ ମିଶି ନାଚିଥିଲେ।

ଏହି ଖୁସିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବି ସାମିଲ ହୋଇଥିଲେ। ଫଳାଫଳ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ପ୍ରତିକ୍ରିୟା ନେଇଥିଲେ। ଏହି ସମୟରେ ସୁର ବାବୁ ନିରଞ୍ଜନଙ୍କ ପଛରେ ଛିଡ଼ା ହୋଇଥିଲେ। ବେଳେ ବେଳେ ନିରଞ୍ଜନ ବାବୁ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ସେ କହି ପକାଉଥିଲେ।

ବିଭିନ୍ନ ପ୍ରକାରର ପ୍ରଶ୍ନ ଭିତରେ ନିରଞ୍ଜନଙ୍କ ପ୍ରତି ଗୋଟିଏ ପ୍ରଶ୍ନ ଥିଲା- ରାଜସ୍ଥାନରେ ଯେପରି ସଚିନ୍ ପାଇଲଟ୍ ଓ ଅଶୋକ ଗେହଲଟ୍ ଏକାଠି ହୋଇ କଂଗ୍ରେସକୁ ଜିତାଇଲେ, ଓଡ଼ିଶାରେ ସେମିତି ଆପଣମାନେ ଏକାଠି ହୋଇ ୨୦୧୯ ନିର୍ବାଚନ ଲଢ଼ିବେ କି?

ନିରଞ୍ଜନ ଉତ୍ତର ଦେବା ପୂର୍ବରୁ ପଛରେ ଛିଡ଼ା ହୋଇଥିବା ସୁର ତାଙ୍କର ଚିରାଚରିତ ଢଙ୍ଗରେ ବଡ଼ ପାଟିରେ କହିଥିଲେ, ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଲଢୁଛୁ। ନିରଞ୍ଜନ ପଟ୍ଟନାୟନ ମୁଖ୍ୟମନ୍ତ୍ରୀ ହେବେ। ୯୦ ଏମ୍‌ଏଲ୍‌ଏ ଓ ୧୫ ଏମ୍‌ପି ଆସିବେ। ଏହି ସମୟରେ ନିରଞ୍ଜନ ଚୁପ୍ ରହିଥିଲେ।

ସୁର କହିବା ପରେ ନିରଞ୍ଜନ କହିଥିଲେ ଯେ ତାଙ୍କ ଦଳ ଏକାଠି ଅଛି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘କଂଗ୍ରେସ ମୁକ୍ତ’ ଭାରତ ଗଠନ କରି ପାରିଲେନି ଓ ବର୍ତ୍ତମାନ ‘ବିଜେପି ମୁକ୍ତ’ ଭାରତ ଗଠନ ହେବ।

ଆହୁରି ପଢ଼ନ୍ତୁ- ଭାରତ ‘ବିଜେପି ମୁକ୍ତ’ ହେବାକୁ ଯାଉଛି: ନିରଞ୍ଜନ



from Odisha Reporter https://ift.tt/2EpuGHO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages