ମେହୁଲ ଚୋକସିଙ୍କ ନାଁରେ ଇଣ୍ଟରପୋଲ ଜାରି କଲା ଗିରଫ ପରୱାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ମେହୁଲ ଚୋକସିଙ୍କ ନାଁରେ ଇଣ୍ଟରପୋଲ ଜାରି କଲା ଗିରଫ ପରୱାନା

ନୂଆଦିଲ୍ଲୀ: ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ, ବିଜୟ ମାଲ୍ୟା ମାମଲାରେ ସଫଳତା ପାଇଥିବା ସିବିଆଇ ଆଜି ଆଉ ଏକ ବଡ଼ ଉପଲବ୍ଧି ହାସଲ କରିଛି। ଋଣ ଖିଲାପକାରୀ ବ୍ୟବସାୟୀଙ୍କୁ ଧରିବା ପାଇଁ ସିବିଆଇ ଉଦ୍ୟମ କରୁଥିବା ବେଳେ ଆଜି ଇଣ୍ଟରପୋଲ ତାଙ୍କ ବିରୋଧରେ ଅନ୍ତର୍ଜାତୀୟ ଗିରଫ ପରୱାନା ବା ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିଛି।

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଘଟିଥିବା ୧୩,୫୭୮ କୋଟି ଋଣ ଜାଲିଆତି ଘଟଣାରେ ଚୋକସି ଏବଂ ତାଙ୍କ ଭଣଜା ନିରବ ମୋଦି ସଂପୃକ୍ତ ଥିଲେ। ସିବିଆଇ ଉଭୟଙ୍କୁ ଖୋଜୁଥିବା ବେଳେ ୧୦ ମାସ ପରେ ଇଣ୍ଟରପୋଲ ଏଭଳି ପଦକ୍ଷେପ ଗ୍ରହଣ କରିଛି।

ଗତ ସପ୍ତାହରେ ୟୁଏଇ ସରକାର ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିର ମଧ୍ୟସ୍ଥି ଖ୍ରୀଷ୍ଟିଆନ ମିଶେଲକୁ ଭାରତକୁ ପ୍ରତ୍ୟର୍ପଣ କରିଥିଲେ। ସେହିପରି ବ୍ରିଟେନ୍‌ କୋର୍ଟ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଚୋକସିଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରିବା ଅର୍ଥ ବର୍ତ୍ତମାନ ସେ ୧୯୨ଟି ଦେଶରେ ପଳାତକ ଘୋଷିତ ହେବେ। ଏବେ ଆଣ୍ଟିଗୁଆରେ ରହିଥିବା ଚୋକସି ପ୍ରଚଳିତ ଭିସା ଅନୁଯାୟୀ ୩୨ଟି ଦେଶ ଭ୍ରମଣ କରିପାରି ଥାଆନ୍ତେ। କିନ୍ତୁ ଏହି ନୋଟିସ୍‌ ଏଭଳି ଭ୍ରମଣ ଉପରେ ପ୍ରତିବନ୍ଧକ ଲଗାଇବ।



from Odisha Reporter https://ift.tt/2UH8CNr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages