
ନୂଆଦିଲ୍ଲୀ: ଭାରତକୁ ଦୁଇ ଦୁଇଟି ବିଶ୍ୱକପ୍ ଉପହାର ଦେଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେବାକୁ ହେବ ଅଗ୍ନି ପରୀକ୍ଷା। ଘରୋଇ କ୍ରିକେଟ୍ ଖେଳି ନିଜର ଫିଟ୍ନେସ୍ ପ୍ରମାଣିତ କଲେ ଯାଇ ସେ ଜାତୀୟ ଦଳକୁ ଫେରିପାରିବେ ବୋଲି ମତ ଦେଇଛନ୍ତି ଚୟନକର୍ତ୍ତା ମହିନ୍ଦର ଅମରନାଥ।
ପୂର୍ବରୁ ଧୋନି ଟେଷ୍ଟ ଫର୍ମାଟ୍ରୁ ଅବସର ନେଇ ସାରିଛନ୍ତି ଏବଂ ଗତ କିଛି ଦିନ ତଳେ ଟି-୨୦ ଦଳରୁ ବାଦ୍ ପଡ଼ିବାପରେ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୫୦ ଓଭର୍ ବିଶିଷ୍ଟ ଦିନିକିଆ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଖେଳି ଦଳକୁ ଫେରିବାର ବାଟ ଥିଲେ ମଧ୍ୟ ସେ ସେପରି କରିନଥିଲେ। ତେଣୁ ଯଦି ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଅଷ୍ଟ୍ରେଲିଆ ସିରିଜ୍ରେ ସୁଯୋଗ ପାଆନ୍ତି ସେ ବିନା କୌଣସି ମ୍ୟାଚ୍ ଅଭ୍ୟାସରେ ପଡ଼ିଆକୁ ଓହ୍ଲାଇବେ।
ମହିନ୍ଦର ପ୍ରଶ୍ନ ଉଠାଇ କହିଛନ୍ତି, “ପ୍ରତି ବ୍ୟକ୍ତି ସ୍ୱତନ୍ତ୍ର। କିନ୍ତୁ ମୁଁ ଗୋଟିଏ କଥାରେ ବିଶ୍ୱାସ କରେ ଯେ, ଭାରତ ପାଇଁ ଯଦି ଖେଳିବାର ଅଛି ନିଜ ରାଜ୍ୟ ପାଇଁ ଖେଳିଲେ ଅସୁବିଧା କୋଉଠି? ବହୁତ ବରିଷ୍ଠ ଖେଳାଳି ଘରୋଇ କ୍ରିକେଟ୍ ଖେଳୁନାହାନ୍ତି।”
ବର୍ତ୍ତମାନ ଅନ୍ୟ ଜଣେ ବରିଷ୍ଠ ଖେଳାଳି ଶିଖର ଧୱନ୍ ଟେଷ୍ଟରୁ ବାଦ୍ ପଡ଼ିଥିଲେ ମଧ୍ୟ ରଣ୍ଜୀ ମ୍ୟାଚ ଖେଳୁନାହାନ୍ତି। ଏହି ପ୍ରସଙ୍ଗରେ ପୂର୍ବରୁ କ୍ରିକେଟ୍ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ମଧ୍ୟ ଅନୁରୂପ ମତ ରଖିସାରିଛନ୍ତି।
from Odisha Reporter https://ift.tt/2Lj3r2c
No comments:
Post a Comment