
ସୁନ୍ଦରଗଡ଼ (ବିଜୟ ବରୁଆ): କନ୍ଷ୍ଟେବଲ ଯଦି ଲୁଟିବ, ତାହାହେଲେ କିଏ କାହାକୁ ଜଗିବ? ଏମିତି ଏକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଛି। କାରଣ ଜଣେ କନ୍ଷ୍ଟେବଲ୍ ଅସ୍ତ୍ରାଗାରରୁ ୬୦ ରାଉଣ୍ଡ ଗୁଳି ଲୋଡ୍ ଥିବା ୪ଟି ମାଗାଜିନ୍ ଚୋରି ଘଟଣାରେ ଗିରଫ ହୋଇଛି। ସୁନ୍ଦରଗଡ଼ ଏସ୍ପିଙ୍କ ନିର୍ଦ୍ଦେଶରେ ସମ୍ପୃକ୍ତ କନ୍ଷ୍ଟେବଲଙ୍କୁ ଗିରଫ ହୋଇଛନ୍ତି ଓ ପୁଲିସ ଲୁଟ୍ ସାମଗ୍ରୀ ଉଦ୍ଧାର କରିଛି। ଏହି ଘଟଣାରେ ଅସ୍ତ୍ରାଗାର ସୁରକ୍ଷା ଦାୟିତ୍ୱରେ ଥିବା ୨୫ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୁନ୍ଦରଗଡ଼ ଏସ୍ପି ସୌମ୍ୟା ମିଶ୍ରା କହିଛନ୍ତି।
ଗତ ୨୬ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସ ଅସ୍ତ୍ରାଗାରରୁ ୬୦ ରାଉଣ୍ଡ ଗୁଳି ଲୋଡ୍ ଥିବା ୪ଟି ମାଗାଜିନ ଚୋରି ହୋଇଥିଲା। ରିଜର୍ଭ ଇନ୍ସପେକ୍ଟର ବିକାଶ ହେମ୍ୱ୍ରମ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ କରି ଗୁଲସାନ କିରୋକୁ ଗିରଫ କରିଥିଲା। ଏଥିସହ ଗୁଲସାନ କିରୋର ସାଙ୍ଗକୁ ମଧ୍ୟ ଅଟକ ରଖି ଚେରା କରିଥିଲା।
ଗୁଲସାନ୍ କାହିଁକି ଗୁଳି ଚୋରି କଲେ ଓ ଚୋରି ପଛରେ ଉଦ୍ଦେଶ୍ୟ କ’ଣ ସେ ସମ୍ପର୍କରେ ଜାଣିବା ପାଇଁ ପୁଲିସ ଅଧିକ ତଦନ୍ତ କରୁଥିବା ଏସ୍ପି ସୌମ୍ୟା ମିଶ୍ରା କହିଛନ୍ତି।
from Odisha Reporter https://ift.tt/2reAD1q
No comments:
Post a Comment