
ବାରିପଦା(ମାଣିକ୍ ଲାଲ୍ ପାଣି): ବଜ୍ରକାପ୍ତା ଚୋରା ଚାଲାଣକାରୀଙ୍କୁ ଧରିବାକୁ କ୍ରାଇମ୍ବ୍ରାଞ୍ଚ ଟିମ୍ ଯାଇଥିଲେ। ହେଲେ ଜବତ କଲେ ହାତୀ ଦାନ୍ତ। ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରୁ କ୍ରାଇମ୍ବ୍ରାଞ୍ଚକୁ ଆଜି ଏମିତି ସଫଳତା ମିଳିଛି। ଏହି ମାମଲାରେ ୬ ଜଣଙ୍କୁ ଗିରଫ ମଧ୍ୟ କରିଛି। ଏହାଛଡ଼ା ବଜ୍ରକାପ୍ତା ଚୋରା ଚାଲାଣ ପାଇଁ ଷଡ଼ଯନ୍ତ୍ର ରଚାଯାଉଥିବା ଏକ ଲଜ୍ରେ ଚଢ଼ଉ କରିଛି କ୍ରାଇମ୍ ବ୍ରାଞ୍ଚ।
ଶିମିଳିପାଳରୁ ଶିକାର କରି ବିଦେଶକୁ ବଜ୍ରକାପ୍ତା ଚାଲାଣ କରାଯାଉଥିଲା। ଏନେଇ ଅଭିଯୋଗ ହେବା ପରେ କ୍ରାଇମ୍ବ୍ରାଞ୍ଚର ଏକ ଟିମ୍ ଗତ ୭ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଚଢ଼ଉ କରି ଗୋଟିଏ ମାଆ ବଜ୍ରକାପ୍ତା ଓ ତା’ ଛୁଆକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିଲା କ୍ରାଇମ୍ବ୍ରାଞ୍ଚ।
ଗିରଫ ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ କ୍ରାଇମ୍ବ୍ରାଞ୍ଚ ଆଜି ପୁଣି ଥରେ ଉଦଳା ଅଞ୍ଚଳରେ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅଗ୍ନିଶ୍ୱର ନାୟକ, ଗୋପିନାଥ ନାୟକ, କେଶବ ଦେହୁରୀ, ମନମୋହନ ନାୟକ, ପ୍ରତାପ ନାୟକ ଓ ସେବାକର ଦେହୁରୀ। ଏହାଛଡ଼ା ସେମାନଙ୍କଠାରୁ ଗୋଟିଏ ହାତୀଦାନ୍ତ ଜବତ କରିଛି। ଯାହାର ଓଜନ ୫୦୦ ଗ୍ରାମ ହେବ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ବାରିପଦା ବିଜୁ ପଟ୍ଟନାୟକ ଗୋଲେଇରେ ଥିବା ଏକ ଲଜ୍ରେ ଚଢ଼ଉ କରିଥିଲା। ବଜ୍ରକାପ୍ତା ଓ ହାତୀ ଦାନ୍ତ କାରବାରରେ ଗିରଫ ହୋଇଥିବା ବ୍ୟକ୍ତିମାନେ ଏହି ଲଜ୍ରେ ରହି ଷଡଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି।
ଗିରଫ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ସିଧା ଭୁବନେଶ୍ୱର ନେଇଯାଇଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ: ବଜ୍ରକାପ୍ତା କାତି ଓ ହାଡ଼ ଚାଲାଣ ରାକେଟ୍: ଚେର ଶିମିଳିପାଳରୁ ଲମ୍ୱିଛି ବିଦେଶ ଯାଏ
from Odisha Reporter https://ift.tt/2Eb1SSp
No comments:
Post a Comment