ସାର! କ୍ୟାମେରା ଆଗରେ ଏୟା କହିବେ: ରାହୁଲଙ୍କୁ ମନ୍ତ୍ରଣା ଦେଲେ ସିନ୍ଧିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ସାର! କ୍ୟାମେରା ଆଗରେ ଏୟା କହିବେ: ରାହୁଲଙ୍କୁ ମନ୍ତ୍ରଣା ଦେଲେ ସିନ୍ଧିଆ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କୃଷକଙ୍କ ଋଣ ଛାଡ଼ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିବା ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବର୍ଷିଥିଲେ। କିନ୍ତୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ପୂର୍ବରୁ ରାହୁଲ ଗାନ୍ଧି କ୍ୟାମେରା ସମ୍ମୁଖରେ କ’ଣ କହିବେ ସେକଥା ତାଙ୍କ ପାଖରେ ଛିଡ଼ା ହୋଇଥିବା କଂଗ୍ରେସ ଏମପି ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କୁ କହିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ଅନ୍ୟ ନେତାଙ୍କ ଗହଣରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ  ରାହୁଲ ଗାନ୍ଧି ସଂସଦ ବାହାରେ  ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେବା ପାଇଁ ଏକାଠି ହୋଇଥିଲେ। ଏହି ସମୟରେ ରାହୁଲ କିଛି କହିବା ପୂର୍ବରୁ ତାଙ୍କୁ ମନ୍ତ୍ରଣା ଦେଇଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ।

ସିନ୍ଧିଆ କହିଥିଲେ ଯେ, ଯାହା ମୋଦି କରିପାରି ନଥିଲେ ତାହା ଆମେ କରିଦେଖାଇ ଦେଲୁ। ମୁଁ ଋଣ ଛାଡ଼ କରିଦେଲି। ଗଣମାଧ୍ୟମ ସାମ୍ନାରେ ଏହି କଥା କହିବାକୁ ରାହୁଲଙ୍କୁ ମନ୍ତ୍ରଣା ଦେଇଥିଲେ ସିନ୍ଧିଆ। ଇସାରା ଇସାରାରେ ରାହୁଲ ସିନ୍ଧିଆଙ୍କ କଥାରେ ହଁ ଭରିବା ସହ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଋଣ ଛାଡ଼ ଆମର ଉପଲବ୍ଧି ବୋଲି କହିଥିଲେ। ରାହୁଲ କହିଥିଲେ ଯେ, ସରକାର ଗଠନର ୬ ଘଣ୍ଟା ମଧ୍ୟରେ ଆମେ କୃଷି ଋଣ ଛାଡ଼ କରିଦେଲୁ।

ଯେତେବେଳେ କି ମୋଦି ସରକାର ୪ ବର୍ଷ ମଧ୍ୟରେ କୃଷକଙ୍କର ୧ ଟଙ୍କା ଋଣ ମଧ୍ୟ ଛାଡ଼ କରିପାରିଲେ ନାହିଁ। ମୋଦି କେବେ ଋଣ ଛାଡ଼ କରିବେ ବୋଲି ସେ ପ୍ରଶ୍ନ କରିଥିଲେ? ସେହିପରି କିଛି ଘଣ୍ଟା ମଧ୍ୟରେ ରାଜସ୍ଥାନର କୃଷି ଋଣ ଛାଡ଼ ହେବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଥିଲେ। ରାହୁଲ ଆହୁରି କହିଥିଲେ ଯେ, ଯେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କୃଷକଙ୍କ ଋଣ ଛାଡ଼ ନକରିବେ ସେ ପର୍ଯ୍ୟନ୍ତ ତାଙ୍କୁ ଆମେ ଶାନ୍ତିରେ ଶୋଇବାକୁ ଦେବୁନି।

 



from Odisha Reporter https://ift.tt/2QWbpUf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages