
ପର୍ଥ: ଟିମ୍ ଇଣ୍ଡିଆର ଜଣଙ୍କ ପରେ ଜଣେ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ଖେଳାଳିମାନେ ପଡ଼ିଆରେ ସ୍ଲେଜିଂ କରୁଥିଲେ। ହେଲେ ଦୁଇ ଭାରତୀୟଙ୍କ ମଧ୍ୟରେ ତା’ ପୁଣି ପଡ଼ିଆ ମଝିରେ ଝଗଡ଼ା ହେବା ଦୃଶ୍ୟ ଆପଣମାନେ କେବେ ହେଲେ ଚିନ୍ତା କରି ନଥିବେ।
କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଏଭଳି ଘଟଣା ଘଟିଛି। ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ରବୀନ୍ଦ୍ର ଜାଡେଜା ଓ ଇଶାନ୍ତ ଶର୍ମା ପଡ଼ିଆ ମଝିରେ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାଟି କ୍ୟାମେରାରେ କଏଦ ହୋଇଛି।
ଭିଡିଓରୁ ଉଭୟ କ’ଣ କହୁଛନ୍ତି, ସେକଥା ସ୍ପଷ୍ଟ ଜଣାପଡ଼ୁନାହିଁ। କିନ୍ତୁ ଉଭୟ ଦୀର୍ଘ ୪୦ ସେକେଣ୍ଡ ଧରି ପଡ଼ିଆ ମଝିରେ ପରସ୍ପରକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଗାଳି ଗୁଲଜ କରୁଥିବା ଦେଖିବାକୁ ମିଳୁଛି। ଏପରି କି ଉଭୟ ଛାତିକୁ ଛାତି ଲଗାଇ ଠେଲାପେଲା ହେଉଥିବାର ଦୃଶ୍ୟ ମଧ୍ୟ ରହିଛି।
ଶେଷରେ ସ୍ଥିତି ଏପରି ହୋଇଥିଲା ଯେ ମହମ୍ମଦ ଶାମି ଏବଂ କୁଲଦୀପ ଯାଦବ ଉଭୟ ଖେଳାଳିଙ୍କୁ ଏପରି ନ କରିବାକୁ କହିଥିଲେ। ଇଶାନ୍ତ ଶର୍ମା ଚୂଡ଼ାନ୍ତ ଏକାଦଶରେ ଥିବା ବେଳେ ଜାଡେଜା ଅକ୍ତିରିକ୍ତ ଖେଳାଳି ଭାବେ ପଡ଼ିଆରେ ଫିଲ୍ଡିଂ କରୁଥିଲେ।
ଦେଖନ୍ତୁ ଭିଡିଓ
Ishant Sharma & Ravindra Jadeja were caught fighting & abusing on field yesterday. They were seen pointing fingers at each other in an animated argument. They were separated by Kuldeep & Shami. What's going on in Indian dressing room? #AUSvIND pic.twitter.com/j5fw5os0cD
— Abhishek Agarwal (@abhishek2526) December 18, 2018
from Odisha Reporter https://ift.tt/2GoP5yr
No comments:
Post a Comment