ପୁଣି ବଢ଼ିଲା ତୈଳ ଦର, ଜାଣନ୍ତୁ କେତେ ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ପୁଣି ବଢ଼ିଲା ତୈଳ ଦର, ଜାଣନ୍ତୁ କେତେ ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଦେଶରେ ତୈଳ ଦର ବୃଦ୍ଧି ପାଇଛି। ଆଜି ଦିଲ୍ଲୀରେ ପେଟ୍ରୋଲର ଦର ୯ରୁ ୧୦ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲର ଲିଟର ପିଛା ଦର ୭ରୁ ୮ ପଇସା ବଢ଼ିଛି। ଏହି ବର୍ଦ୍ଧିତ ଦର ପରେ ପେଟ୍ରୋଲ ଲିଟର ପିଛା ଦର ୭୦.୬୩ ଟଙ୍କା ରହିଛି। ଗତକାଲି ପେଟ୍ରୋଲର ଲିଟର ପିଛା ଦର ୭୦.୫୩ ଟଙ୍କା ରହିଥିଲା। ସେହିପରି ଡିଜେଲର ଲିଟର ପିଛା ଦର ୬୫.୫୪ ଟଙ୍କା ରହିଥିବା ବେଳେ ସୋମବାର ଏହା ୬୫.୪୭ ଟଙ୍କା ରହିଥିଲା।

ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୭୬.୨୫ ଟଙ୍କା ରହିଥିବା ବେଳେ ଗତକାଲି ଏହା ୭୬.୧୫ ଟଙ୍କା ରହିଥିଲା। ସେହିପରି ଏଠାରେ  ଡିଜେଲର ଲିଟର ପିଛା ଦରରେ ୮ ପଇସା ବୃଦ୍ଧି ଘଟିଛି। ଆଜି  ମୁମ୍ବାଇରେ ଡିଜେଲର ଲିଟର ପିଛା ଦର ୬୭.୫୫ ଟଙ୍କା ରହିଛି।

ଅନ୍ୟ ଦୁଇ ମେଟ୍ରୋ ସହର ଚେନ୍ନାଇ ଓ କୋଲକାତାରେ ପେଟ୍ରୋଲର ଲିଟର ପିଛା ଦର ଯଥାକ୍ରମେ ୭୩.୨୯ ଟଙ୍କା ଓ ୭୨.୭୧ ଟଙ୍କା ରହିଛି। ଏହି ଦୁଇ ସହରରେ ଡିଜେଲର ଲିଟର ପିଛା ଦର ଯଥାକ୍ରମେ ୬୮.୧୪ ଟଙ୍କା ଓ ୬୬.୩୦ ଟଙ୍କା ରହିଛି। ଅକ୍ଟୋବର ୪ରୁ ଦେଶରେ ତୈଳଦର କ୍ରମାଗତ ଭାବେ ହ୍ରାସ ପାଉଥିଲା। କିନ୍ତୁ ବର୍ଷ ଶେଷ ଆଡ଼କୁ ଏହା ମହଙ୍ଗା ହୋଇଛି।



from Odisha Reporter https://ift.tt/2A7ki3o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages