ସବୁ ଦଳକୁ ଘାରିଛି ଚାଷୀଙ୍କ ଭୟ, ନବ ନିର୍ମାଣ କୃଷକ ସଂଗଠନ ଦେଲା ଚେତାବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ସବୁ ଦଳକୁ ଘାରିଛି ଚାଷୀଙ୍କ ଭୟ, ନବ ନିର୍ମାଣ କୃଷକ ସଂଗଠନ ଦେଲା ଚେତାବନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀ ଆକ୍ରୋଶରୁ ହିନ୍ଦୀ ହାର୍ଟଲ୍ୟାଣ୍ଡର ୩ ରାଜ୍ୟରେ କ୍ଷମତାସୀନ ସରକାର ଗାଦିରୁ ଯିବା ପରେ ଓଡ଼ିଶାରେ ତା’ର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଚାଷୀ ଭୋଟ୍‌ ବ୍ୟାଙ୍କକୁ ନିଜ ସପକ୍ଷରେ ନେବାକୁ ଗୋଟି ଚାଳନା ଆରମ୍ଭ କରିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ। ବିଜେପି ଓ କଂଗ୍ରେସ କ୍ଷମତାକୁ ଆସିଲେ ଋଣ ଛାଡ଼ କରିବା ପାଇଁ ଘୋଷଣା କରିଥିବା ବେଳେ ବିଜେଡି କୃଷକ ସାମ୍ମୁଖ୍ୟର ପୁନର୍ଗଠନ କରି ବିଜୁ କୃଷକ ଜନତା ଦଳ ଗଠନ କରିଛନ୍ତି।

ମଣ୍ଡିରେ ପଡ଼ି ରହିଛି ଶହ ଶହ ଧାନବସ୍ତା। କଟ୍‌ନୀ-ଛଟ୍‌ନୀ ବିବାଦକୁ ନେଇ ଦିନ ଦିନ ଧରି ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ଧାନ ବିକ୍ରି ହୋଇପାରୁ ନାହିଁ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ମଧ୍ୟ ଧାନ ବିକ୍ରି ସମସ୍ୟା ରହିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ।

ନବ ନିର୍ମାଣ କୃଷକ ସଂଗଠନର ଚେତାବନୀ

ଅନ୍ୟପକ୍ଷରେ ପ୍ରାଇସ୍‌, ପ୍ରେଷ୍ଟିଜ ଓ ପେନସନ୍‌ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ଚଳାଇଛି ଆନ୍ଦୋଳନ। ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ତାଙ୍କର ୧୩ ଦିନିଆ ଅନଶନ ଭାଙ୍ଗିବା ପରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାକୁ ଯାଉଥିଲେ। ତେବେ ପୁଲିସ ସେମାନଙ୍କୁ ବାଟରେ ଅଟକାଇ ଥିଲା। ସେପଟେ ଦାବି ପୂରଣ ଲାଗି ସରକାରଙ୍କୁ ଜାନୁଆରୀ ୩୧ ଯାଏ ଅଲଟିମେଟମ୍ ଦେଇଛି ସଂଗଠନ। ନହେଲେ ଫେବ୍ରୁଆରୀ ପହିଲାରୁ ରାଜ୍ୟବ୍ୟାପୀ ଆଇନ୍‌ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।

ଚାଷୀଙ୍କ ସମସ୍ୟା କାରଣକୁ ନେଇ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିବା କୁହାଯାଉଛି। ଏପଟେ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ରହିଛି। ଚାଷୀ ଆନ୍ଦୋଳନକୁ ନେଇ ଅକଳରେ ପଡ଼ିଛନ୍ତି ରାଜ୍ୟ ସରକାର। ଆଗାମୀ ସାଧାରଣ ନିର୍ବାଚନରେ ଚାଷୀ ଓ ବିଜେଡି ଗଣିତକୁ ଓଲଟପାଲଟ କରି ଦେଇପାରନ୍ତି। ଖାସ୍ ସେଥିପାଇଁ ବିଜେଡି ତା’ର କୃଷକ ସାମ୍ମୁଖ୍ୟର ପୁନର୍ଗଠନ କରି ବିଜୁ କୃଷକ ଜନତା ଦଳ ଗଠନ କରିଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏହାର ସଭାପତି ଓ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମହାସଚିବ ଦାୟିତ୍ୱ ଦିଆଯାଇଛି।

କିଏ କ’ଣ କହୁଛନ୍ତି

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-“ଚାଷୀ ଅସନ୍ତୋଷ ଯୋଗୁ ନିକଟରେ ନିର୍ବାଚନ ସରିଥିବା ରାଜ୍ୟଗୁଡ଼ିକର ଯେମିତି ପତନ ଘଟିଛି। ଠିକ୍‌ ସେମିତି ସ୍ଥିତି ଓଡ଼ିଶାରେ ଉପୁଜିବ।”

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି-“ରାଜ୍ୟ ସରକାର ଚାଷୀଙ୍କ ପାଇଁ କ’ଣ କରିଛନ୍ତି? ଏପର୍ଯ୍ୟନ୍ତ ମଣ୍ଡିରୁ ଧାନ କିଣାଯାଇପାରିଲେ ନାହିଁ। ସଏଲ୍‌ ହେଲ୍‌ଥ କାର୍ଡ଼ କରିପାରିଲେ ନାହିଁ। ସବୁଥିରେ ଏହି ସରକାର ଫେଲ୍‌। ଆଗାମୀ ଦିନରେ ଚାଷୀମାନେ ଏହି ସରକାରକୁ ଗାଦିଚ୍ୟୁତ କରିବେ।”

ସଭାପତି ବିଜୁ କୃଷକ ଜନତା ଦଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି-“ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସରକାର ସମ୍ପୂର୍ଣ୍ଣଭାବେ ଅବଗତ ଅଛନ୍ତି। ପର୍ଯ୍ୟାୟକ୍ରମେ ସରକାର ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି। ରାଜ୍ୟ ସରକାରଙ୍କ ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।”



from Odisha Reporter https://ift.tt/2CcNjfv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages