ଓଡ଼ିଶାର ହକି ଖେଳାଳିଙ୍କ ଉପରେ ଲିଖିତ ‘ହକି ହି ଜିନ୍ଦେଗୀ’ ପୁସ୍ତକ ଲୋକାର୍ପିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ଓଡ଼ିଶାର ହକି ଖେଳାଳିଙ୍କ ଉପରେ ଲିଖିତ ‘ହକି ହି ଜିନ୍ଦେଗୀ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଓଡିଶାରେ ହକି ବିଶ୍ୱକପ ଚାଲୁଥିବା ବେଳେ ଓଡିଶାର ହକି ଖେଳାଳିମାନଙ୍କ ସମ୍ପର୍କରେ ଲିଖିତ ପୁସ୍ତକ ‘ହକି ହି ଜିନ୍ଦେଗୀ’ ପୁସ୍ତକକୁ ଲୋକାର୍ପିଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ସତ୍ୟପାଲ ସିଂହଙ୍କ ଏକ ବର୍ଷ ବ୍ୟାପୀ ପରିଶ୍ରମ ଆଧାରରେ ଲେଖା ଯାଇଥିବା ଏହି ପୁସ୍ତକକୁ ନ୍ୟାସନାଲ ୟୁଥ କୋଅପରେଟିଭ ତରଫରୁ ପ୍ରକାଶିତ କରାଯାଇଛି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ବିଶ୍ୱ ଦରବାରରେ ଓଡିଆ ଖେଳାଳି ମାନଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି। ସେମାନଙ୍କ ଉଦ୍ୟମ ଓ ପରାକାଷ୍ଠା ବଳରେ ସେମାନେ ଓଡିଶା ଓ ସାରା ଦେଶପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଗୋଟିଏ ପଟେ ହକି ବିଶ୍ୱକପ ଓଡ଼ିଶାରେ ହେଉଥିବା ସମୟରେ ‘ହକି ହି ଜିନ୍ଦେଗୀ’ ଭଳି ପୁସ୍ତକ ଓଡିଶାରେ ଲୋକାର୍ପଣ ହେବା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା। ତେବେ ଏହି ପୁସ୍ତକର ଓଡ଼ିଆ ଓ ଇଂରାଜୀ ସଂସ୍କରଣ ପ୍ରକାଶ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ କହିଥିଲେ ଯେ, ସେ ମାଇକେଲ କିଣ୍ଡୋ ହୁଅନ୍ତୁ ଅବା ଦିଲୀପ ତିର୍କୀ ଅବା ପ୍ରବୋଧ ତିର୍କୀ, ଇଗ୍ନେଶ ତିର୍କୀ ଅଥବା ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ। ସାଧାରଣ ଘରେ ଜନ୍ମ ନେଇ ଏହି ପିଲାମାନେ ଦେଶ ବିଦେଶରେ ଓଡ଼ିଶା ପାଇଁ ନାଁ ଆଣିବା ସହ ରାଜ୍ୟର ଗୌରବ ବଢ଼ାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଓଡିଶାର ହକି ଓ ଆଥଲେଟିକ୍ସର ପ୍ରାଣକେନ୍ଦ୍ର କହିଥିବା ବେଳେ ଏହି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଖେଳ ଅଭ୍ୟାସ ପାଇଁ ବ୍ୟବସ୍ଥା ଥିବା ବେଳେ ଜିଲ୍ଲା ତମାମର ପିଲା ସବୁ ଅସୁବିଧାକୁ ସାମ୍ନା କରି ଦେଶ ସାମ୍ନାରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି।

ଭାରତୀୟ ହକି ଦଳର ଅନ୍ୟାନ୍ୟ ସଦସ୍ୟ ସହ ଉପସ୍ଥିତ ଥିବା ଅଧିନାୟକ ମନପ୍ରୀତ୍ ସିଂହଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣିଥିବା ଓ ପଞ୍ଜାବର ଜଣେ ଚାଷୀଙ୍କ ପୁଅ ହୋଇ ମଧ୍ୟ ସେ ଭାରତୀୟ ଦଳର ନେତୃତ୍ୱ ନେଇଥିବା ଗର୍ବର ବିଷୟ ବୋଲି କହିଥିଲେ। ହକି ବିଶ୍ୱକପରେ ହକି ଦଳର କ୍ରୀଡା ପ୍ରଦର୍ଶନ ଉଚ୍ଚମାନର ବୋଲି କହିବା ସହ ଆଗାମୀ ବିଶ୍ୱକପର ଅଧିକାରୀ ଭାରତୀୟ ଦଳ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ।



from Odisha Reporter https://ift.tt/2LhmU3f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages