ମୋଦି-ରାହୁଲ ସମ୍ପର୍କ: ୱ ହମସେ ଖଫା ହୈ, ହମ୍‌ ଉନସେ ଖଫା ହୈ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ମୋଦି-ରାହୁଲ ସମ୍ପର୍କ: ୱ ହମସେ ଖଫା ହୈ, ହମ୍‌ ଉନସେ ଖଫା ହୈ

ନୂଆଦିଲ୍ଲୀ: ବଲିଉଡ୍‌ ଫିଲ୍ମ “ ତୁମସା ନୈହି ଦେଖା”ର ଚର୍ଚ୍ଚିତ ଗୀତ “ୱ ହମସେ ଖଫା ହୈ, ହମ୍‌ ଉନ୍‌ସେ ଖଫା ହୈ, ମଗର ବାତ କରନେ କୋ ଦିଲ୍‌ ଚାହତା ହୈ” ଭଳି ଏକ ଘଟଣା ଆଜି ସଂସଦ ଭବନରେ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସଂସଦ ଭବନରେ ପାର୍ଲାମେଣ୍ଟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଉଭୟ ସଂସଦ ଭବନରେ ଏକାଠି ପାଖାପାଖି ଛିଡ଼ା ହୋଇଥିଲେ। ଏପରି ପରସ୍ପରକୁ ଚାହିଁଥିଲେ। ହେଲେ କେହି କାହା ସହ କଥା ହୋଇ ନଥିଲେ। ରାହୁଲଙ୍କ ଅପେକ୍ଷା ମୋଦି ଅଧିକ ଅସହଜ ଅନୁଭବ କରିଥିଲେ। ରାହୁଲ ମଧ୍ୟ ବିଚଳିତ ହୋଇ ସେଠାରୁ ଚାଲିଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମୋଦିଙ୍କ ପାଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହିଥିଲେ।

କଂଗ୍ରେସ ବିଜେପିଠାରୁ ୩ଟି ରାଜ୍ୟ ଛଡ଼ାଇ ଆଣିବା ପରେ ଆଜି ଏହି ଭେଟଘାଟ ହୋଇଥିଲା।

୨୦୦୧ ସଂସଦ ଭବନ ଆକ୍ରମଣ ଘଟଣାରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୋଦି ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶୁଭେଚ୍ଛା ଜଣାଇବା ସହ କଥା ହୋଇଥିଲେ। କିନ୍ତୁ ରାହୁଲଙ୍କୁ ସେଠାରେ ଦେଖି ଅସହଜ ଅନୁଭବ କରିଥିଲେ।

ତେବେ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ ଓ ରାମଦାସ ଆଠୱାଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ହାତ ମିଳାଇଥିଲେ। ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ, ବିଜେପି ଭେଟରାନ ଏଲ୍‌କେ ଆଡ଼ଭାନୀ ଓ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter https://ift.tt/2LebPzW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages