
ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବେତଣ୍ଡା ଗ୍ରାମରେ ଆଜି ଏକ ଅଘଟଣ ଘଟିଛି। ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଦାନୁଆପୁର ଗ୍ରାମର ଦୀନବନ୍ଧୁ ସେଠୀ(୨୫)।
ଆଜି ଅପରାହ୍ନରେ ଦୀନବନ୍ଧୁ ଖୁଣ୍ଟରେ ବସିଥିବା ଏକ ଟ୍ରାନ୍ସଫର୍ମରରେ ଚଢ଼ି କାମ କରୁଥିଲେ। ଏହି ସମୟରେ ହଠାତ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ଫଳରେ ଖୁଣ୍ଟରେ ହିଁ ସେ ଜଳି ଯାଇଥିଲେ ଓ ତାଙ୍କ ମୃତଦେହ ଝୁଲି ରହିଥିଲା। ପରେ ବିଦ୍ୟୁତ ସଂଯୋଗ କଟାଯାଇ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
from Odisha Reporter http://bit.ly/2Am0MAA
No comments:
Post a Comment