ମୋବାଇଲ୍‌ ଫୋନ୍‌ ଚାର୍ଜ କରିବ ପୋଷାକର ପକେଟ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ମୋବାଇଲ୍‌ ଫୋନ୍‌ ଚାର୍ଜ କରିବ ପୋଷାକର ପକେଟ୍‌!

ନୂଆଦିଲ୍ଲୀ: ମୋବାଇଲ୍‌ ଫୋନ୍‌ର ଚାର୍ଜ ସମସ୍ୟାରୁ ମୁକ୍ତି ପାଇଁ ବୈଜ୍ଞାନିକମାନେ ପୋଷାକରେ ଏପରି ଏକ ପକେଟ୍‌ ତିଆରି କରିବାକୁ ଯାଉଛନ୍ତି, ଯେଉଁ ପକେଟ୍‌ରେ ଫୋନ୍‌ ରଖିବା ମାତ୍ରେ ଏହା ଆପଣା ଛାଏଁ ଚାର୍ଜ ହୋଇଯିବ। ଏପରି ଅତ୍ୟାଧୁନିକ ପକେଟ୍‌ ସମ୍ପର୍କରେ ଏବେ ଗେବଷଣା ଜାରି ରହିଛି।

ଗବେଷକଙ୍କ କହିବା ଅନୁସାରେ, ସୋଲାର୍‌ ପ୍ୟାନେଲ୍‌ ଟେକ୍‌ନିକ୍‌ ପ୍ରୟୋଗ କରି ଏହିଭଳି ପକେଟ୍‌ ତିଆରି କରାଯିବ। ଏହି ପକେଟ୍‌ କମ୍‌ ପରିମାଣର କାର୍ବନ୍‌ ନିର୍ଗତ କରିବା ସହ ଆପଣଙ୍କ ପୋଷାକରେ ଏକ ପାୱାର୍‌ ବ୍ୟାଙ୍କ୍‌ ପରି କାର୍ଯ୍ୟ କରିବ। ଏଥି ପାଇଁ କୌଣସି ସକେଟ୍‌ ଆବଶ୍ୟକ ହେବ ନାହିଁ।

ଗୋଟିଏ ମୋବାଇଲ୍‌ ଫୋନ୍ ଚାର୍ଜ କରିବାକୁ ସାଧାରଣତଃ ୨୦୦୦ ପ୍ୟାନେଲ୍‌ ଆବଶ୍ୟକ ଥାଏ। ଏହି ପ୍ୟାନେଲ୍‌ ୩ ମିଲିମିଟର୍‌ ଲମ୍ୱା ଓ ୧.୫ ମିଲିମିଟର୍‌ ଚଉଡ଼ାର ହୋଇଥାଏ। ଏହି ଆକାରର ପ୍ୟାନେଲ୍‌କୁ ଏକ ପକେଟ୍‌ରେ ଆପଣଙ୍କ ପୋଷାକରେ ସିଲାଇ କରି ଯେ କୌଣସି ସ୍ଥାନରେ ମୋବାଇଲ୍‌ ଫୋନ୍‌ ଓ ଟ୍ୟାବ୍‌ଲେଟ୍‌ ଚାର୍ଜ କରିପାରିବେ।ଏହା ସହ ଏଥିରେ ବ୍ୟବହାର କରାଯିବାକୁ ଥିବା ଫାଇବର୍‌କୁ ଏକ ଛୋଟ ସେଲ୍‌ ନେଟ୍‌ୱର୍କ ଦ୍ୱାରା ତିଆରି କରାଯାଇଛି। ଏହି ସେଲ୍‌ ଇଲେକ୍ଟ୍ରିସିଟି ଜେନେରେଟ୍‌ରେ ସାହାଯ୍ୟ କରିବ। ଏହି ଶକ୍ତି ଦ୍ୱାରା ଆପଣଙ୍କ ମୋବାଇଲ୍ ଫୋନ୍‌ ପକେଟ୍‌ରେ ହିଁ ଚାର୍ଜ ହେବ। ଆପଣ ଏହି ସେଲ୍‌କୁ ଦେଖିପାରିବେ ନାହିଁ, କିନ୍ତୁ ଅନୁଭବ କରି ପାରିବେ।

ଏପରି ମୋବାଇଲ୍ ଫୋନ୍‌ ଚାର୍ଜ୍‌ କରୁଥିବା ପକେଟ୍‌ ଉପରେ ଗବେଷଣା କରୁଥିବା ଜେଣ ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ପକେଟ୍‌ ଦ୍ୱାରା ମୋବାଇଲ୍ ଫୋନ୍‌ ଚାର୍ଜିଂର ପଦ୍ଧତି ପରିବେଶ ଅନୁକୂଳ ହେବ ଏବଂ ଏଥିରୁ କମ୍‌ ପରିମାଣର କାର୍ବନ୍ ଡାଇଅକ୍ସାଇଡ୍‌ ଗ୍ୟାସ୍‌ ନିର୍ଗତ କରିବ।

ଏହି ପକେଟ୍‌ ଚାର୍ଜର୍‌ କାର୍ଯ୍ୟକ୍ଷମ ହେଲେ, ଏବେ ମୋବାଇଲ୍‌ ଫୋନ୍‌ ଚାର୍ଜ୍‌ ସରିଗଲେ ସମସ୍ୟାରେ ପଡ଼ୁଥିବା ଉପଭୋକ୍ତାଙ୍କୁ ଏଥିରୁ ମୁକ୍ତି ମିଳିବ।



from Odisha Reporter https://ift.tt/2SOKgQg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages