ଓଲଟିପଡ଼ିଲା ମୋଦିଙ୍କ ସଭାକୁ ଯାଉଥିବା ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ଓଲଟିପଡ଼ିଲା ମୋଦିଙ୍କ ସଭାକୁ ଯାଉଥିବା ବସ୍‌

ଧର୍ମଶାଳା: ହିମାଚଳପ୍ରଦେଶର ଧର୍ମଶାଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଯୋଗ ଦେବାକୁ ଯାଉଥିବାବେଳେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ଏଥିରେ ୩୫ ଜଣ ଆହତ ହୋଇଥିବାବେଳେ ୫ ଜଣଙ୍କର ସ୍ଥିତି ସାଂଘାତିକ ରହିଛି। ହିମାଚଳପ୍ରଦେଶରେ ବିଜେପି ସରକାରର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।


ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଗୁରୁତର ଆହତଙ୍କୁ ଟାଣ୍ଡା ପଠାଇଦିଆଯାଇଛି। ହିମାଚଳପ୍ରଦେଶର ସମଲେଟାରେ ଏହି ଘଟଣା ଘଟିଛି।
କୁହାଯାଉଛି ସୁରିୟାର କମ୍ପ୍ୟୁଟର ସେଣ୍ଟରରେ କୌଶଳ ବିକାଷ ତାଲିମ ନେଉଥିବା ଛାତ୍ରଛାତ୍ରୀମାନେ ସେଠାରେ ଯୋଗଦେବାକୁ ଯାଉଥିଲେ।

୩୨ ଜଣିଆ ଏହି ବସ୍‌ରେ ୪୫ ଜଣ ଲୋକ ଯାଉଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା।



from Odisha Reporter http://bit.ly/2AgDLyK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages