
ବଲାଙ୍ଗିର/ଧର୍ମଗଡ଼(ଓଡ଼ିଶା ରିପୋର୍ଟର): ବଲାଙ୍ଗିରରେ ଜୋର ଧରିଛି ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି। ଏଥିପାଇଁ ଆଜିଠୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ, ବ୍ୟାଙ୍କ ଏବଂ ସ୍କୁଲ, କଲେଜକୁ ବନ୍ଦ କରିବା ପାଇଁ ମିଳିତି କ୍ରିୟାନୁଷ୍ଠାନ କମିଟି ଓ ଜିଲ୍ଲା ଓକିଲ ସଂଘ ଆହ୍ୱାନ ଦେଇଛି। ଏଥିସହ ପିକେଟିଂ କରି ଖୋଲା ରହୁଥିବା ଅଫିସ୍ ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ବଲାଙ୍ଗିର ଜିଲ୍ଲାର ପ୍ରାୟ ୩୦୦ଟି ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଗତ ୩ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତହସିଲ ଏବଂ କୋର୍ଟକୁ ବନ୍ଦ କରି ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜିଲ୍ଲା ଓକିଲ ସଂଘ ଆନ୍ଦୋଳନ ଚଳାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣାରେ ପ୍ରତିଦିନ ଶତାଧିକ ସଂଗଠନ ଶୋଭାଯାତ୍ରାରେ ଆସି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି।
ସରକାର ଶୀଘ୍ର ବଲାଙ୍ଗିରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପଦକ୍ଷେପ ନନେଲେ, ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଧମକ ଦେଇଛି।
ସେହିପରି କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଆଜି ଆନ୍ଦୋଳନକାରୀମାନେ କଳାହାଣ୍ଡିରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିଛନ୍ତି। ରହିଛି। ଦୋକାନ ବଜାର, ଗାଡ଼ି ଚଳାଚଳ ଓ ସ୍କୁଲ, କଲେଜକୁ ବନ୍ଦରୁ ବାଦ୍ ଦିଆଯାଇଛି।
from Odisha Reporter http://bit.ly/2RgAol4
No comments:
Post a Comment