ମୋଦିଙ୍କୁ କାର୍ଟୁନ ଚରିତ୍ର ସହ ତୁଳନା କଲା ଆର୍ଜେଣ୍ଟିନା ଟିଭି ଚ୍ୟାନେଲ୍‌, ସୋଶାଲ ମିଡିଆରେ ପ୍ରତିବାଦର ସ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ମୋଦିଙ୍କୁ କାର୍ଟୁନ ଚରିତ୍ର ସହ ତୁଳନା କଲା ଆର୍ଜେଣ୍ଟିନା ଟିଭି ଚ୍ୟାନେଲ୍‌, ସୋଶାଲ ମିଡିଆରେ ପ୍ରତିବାଦର ସ୍ୱର

ନୂଆଦିଲ୍ଲୀ:ଜି-୨୦ ସମ୍ମିଳନୀରେ ଯୋଗ ଦେବାପାଇଁ ଆର୍ଜେଣ୍ଟିନା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ କାର୍ଟୁନ୍‌ ଚରିତ୍ର ଜରିଆରେ ରେସିଷ୍ଟ ଦର୍ଶାଇଛି ଏକ ଆର୍ଜେଣ୍ଟିନା ଟିଭି ଚ୍ୟାନେଲ। ବିବାଦୀୟ ଆନିମେଟେଡ୍‌ ଚରିତ୍ର ‘ଆପୁ’ର ଏକ ଫଟୋ ସହିତ ମୋଦିଙ୍କ ଆର୍ଜେଣ୍ଟିନା ପହଞ୍ଚିବା ଖବର ପ୍ରସାରଣ କରାଯାଇଛି।


ଆର୍ଜେଣ୍ଟିନାର ଅନ୍ୟତମ ଚ୍ୟାନେଲ କ୍ରୋନିକା ଟିଭିରେ ଆମେରିକୀୟ ଶୋ ‘ସିମ୍ପସନ୍‌’ର ଏହି ‘ଆପୁ’ ଚରିତ୍ର ବ୍ୟବହାର କରି ମୋଦିଙ୍କ ପହଞ୍ଚିବା ଖବରକୁ ‘ଆପୁ ଆରାଇଭ୍‌ସ’ ଭାବେ ଘୋଷଣା କରାଯାଇଥିଲା । ମୋଦି ଆର୍ଜେଣ୍ଟିନାର ରାଜଧାନୀ ବୁଏନସ ଆଇରେସରେ ପହଞ୍ଚିବାପରେ ଏହି ଖବର ପ୍ରସାରଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଆପୁ ଚରିତ୍ରଟି ‘ଷ୍ଟେରିଓଟାଇପ୍‌’ ବା ଗତାନୁଗତିକତାକୁ ଦର୍ଶାଇଥାଏ।

ଏହାଦ୍ୱାରା ଭାରତର ଅପମାନ ହୋଇଥିବାରୁ ଏଥିରେ କ୍ରୋଧିତ ହୋଇଛନ୍ତି ସୋଶାଲ ମିଡିଆ ବ୍ୟବହାରକାରୀ। ଏପରିକି ଆର୍ଜେଣ୍ଟିନା ଲୋକେ ମଧ୍ୟ ତାଙ୍କ ରାଷ୍ଟ୍ରପତିଙ୍କୁ ସମାଲୋଚନା କରିଛନ୍ତି ଏବଂ ଏହି ଅବାନ୍ତର ଜୋକ୍‌ ପାଇଁ ଭାରତୀୟଙ୍କୁ କ୍ଷମା ମାଗିଛନ୍ତି।



from Odisha Reporter https://ift.tt/2zxsZUw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages