ପୁଣି ସର୍ଜିକାଲ ଷ୍ଟ୍ରାଇକ୍‌ ପ୍ରସଙ୍ଗ ଉଠାଇ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ପୁଣି ସର୍ଜିକାଲ ଷ୍ଟ୍ରାଇକ୍‌ ପ୍ରସଙ୍ଗ ଉଠାଇ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଣିଥରେ ୨୦୧୬ରେ ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍‌କୁ ନିଜର ରାଜନୀତିକ ସମ୍ପତ୍ତି ଭାବେ ବ୍ୟବହାର କରି ପ୍ରଚାର କରିବାରେ ଲାଗିଛନ୍ତି। କିନ୍ତୁ କେନ୍ଦ୍ର ସରକାର ଯୁବକଙ୍କ ପାଇଁ କୌଣସି ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରୁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଉଦୟପୁରରେ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି,“ ୟୁପିଏ କ୍ଷମତାରେ ଥିବା ବେଳେ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ପରିଶୋଧ କରା ଯାଇନଥିବା ବ୍ୟାଙ୍କ ଋଣର ପରିମାଣ ମାତ୍ର ୨ ଲକ୍ଷ କୋଟି ଥିଲା। କିନ୍ତୁ ବିଜେପି କ୍ଷମତାକୁ ଆସିବା ପରେ ଏନ୍‌ପିଏ ୧୨ ଲକ୍ଷ କୋଟିରେ ପହଞ୍ଚିଛି। କେନ୍ଦ୍ର ସରକାର ୧୫ରୁ ୨୦ ଜଣ ଶିଳ୍ପପତିଙ୍କ ଋଣ ଛାଡ଼ କଲେ। ବ୍ୟାଙ୍କ କେବଳ ସେମାନଙ୍କ ପାଇଁ ସୃଷ୍ଟି ହୋଇଛି। ଏନ୍‌ପିଏ କ୍ଷୁଦ୍ର, ଛୋଟ ଓ ମଧ୍ୟମ ଉଦ୍ୟୋଗଙ୍କ ପାଇଁ ନାହିଁ।

ଡାକ୍ତର କିମ୍ବା ଓକିଲଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାର କୌଣସି ଏନ୍‌ପିଏ ବ୍ୟବସ୍ଥା କରିନାହାନ୍ତି। ୨୦୧୬ ମସିହା ସେପ୍ଟେମ୍ୱର ୨୯ରେ ମୋଦି ସରକାର କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ବହୁତ ପ୍ରଚାର କରାଯାଉଛି।

କିନ୍ତୁ ୟୁପିଏ ସରକାରଙ୍କ ଅମଳରେ ୩ଥର ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥିଲା। କ’ଣ ଆପଣମାନେ ଏ ସମ୍ପର୍କରେ କିଛି ବି ସୂଚନା ପାଇଥିଲେ? କିନ୍ତୁ ମୋଦି ସରକାର ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍‌କୁ ନିଜର ରାଜନୀତିକ ସମ୍ପତ୍ତି ଭାବେ ବ୍ୟବହାର କରୁଛନ୍ତି। ବିଜେପି ଉତ୍ତର ପ୍ରଦେଶ ନିର୍ବାଚନ ଲଢ଼ୁଥିବା ବେଳେ ସର୍ଜିକାଲ ଷ୍ଟ୍ରାଇକ୍‌ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରାଯାଇଥିଲା। ତେଣୁ ଏଥରୁ ସର୍ଜିକାଲ ଷ୍ଟ୍ରାଇକ୍‌କୁ ବିଜେପି କେମିତି ବ୍ୟବହାର କରୁଛି, ତାହା ସ୍ପଷ୍ଟ ହୋଇଛି। ”

ସେହିପରି ଜିଏସ୍‌ଟି ଏବଂ ବିମୁଦ୍ରାକରଣକୁ ମଧ୍ୟ ଶ୍ରୀ ଗାନ୍ଧି ଏକ ଭୁଲ ପଦକ୍ଷେପ କହି ସମାଲୋଚନା କରିଛନ୍ତି।



from Odisha Reporter https://ift.tt/2PhfAoM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages