ଶିକାରୀଙ୍କ ହାତରେ ଯାଇଛି ମହାବଳ ‘ମହାବୀର’ର ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ଶିକାରୀଙ୍କ ହାତରେ ଯାଇଛି ମହାବଳ ‘ମହାବୀର’ର ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାତକୋଶିଆ ଅଭୟାରଣ୍ୟରେ ଶିକାରୀଙ୍କ ହାତରେ ଯାଇଛି ମହାବଳ ‘ମହାବୀର’ର ଜୀବନ। NTCA ଓ ଓ୍ୱାଇଲଡ଼ ଲାଇଫ ଇନ୍‌ଷ୍ଟିଚ୍ୟୁଟ୍‌ର ଦୁଇ ଜଣିଆ ଟିମ୍‌ ଏହି ସିଦ୍ଧାନ୍ତରେ ପହଞ୍ଚିଛି। ବାରହା ଫାଶରେ ପଡ଼ିବା ପରେ ବାଘର ବେକରେ ଘା’ ହୋଇଥିଲା। ପରବର୍ତ୍ତୀ ସମୟରେ ଏଥିରେ ସଂକ୍ରମଣ ହୋଇଥିବାରୁ ‘ମହାବୀର’ର ମୃତ୍ୟୁ ଘଟିଥିବା ରିପୋର୍ଟରେ କୁହାଯାଇଛି।

ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶର ‘କାହ୍ନା’ ଅଭୟାରଣ୍ୟରୁ ଆସିଥିଲା ମହାବଳ ‘ମହାବୀର’। କିଛି ଦିନ ଏନ୍‌କ୍ଲୋଜରରେ ରହିବା ପରେ ‘ମହାବୀର’ ଅଭୟାରଣ୍ୟର କୋର ଏରିଆକୁ ଯାଇଥିଲା। ସାତକୋଶିଆର ରହୁଥିବା ବାଘୁଣୀ ସହିତ ତା’ର ସଂଗମ ହୋଇଥିବା ବନ ବିଭାଗ କହୁଥିଲା। କିନ୍ତୁ ଦିନେ ହଠାତ ‘ମହାବୀର’ର ମୃତଦେହ ଜଙ୍ଗଲ ଭିତରେ ଠାବ କରାଯାଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା।

‘ମହାବୀର’ର କେମିତି ମୃତ୍ୟୁ ହେଲା? ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିଲା। ସାତକୋଶିଆ ମହାବଳର ମୃତ୍ୟୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (NTCA) ଓ ଓ୍ୱାଇଲ୍‌ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (WII) ମିଳିତ ଭାବେ ତଦନ୍ତ କରୁଥିଲେ। ତେବେ ସେମାନେ ରିପୋର୍ଟ ଦେବା ପୂର୍ବରୁ ଶବବ୍ୟବଚ୍ଛେଦ ରିପୋର୍ଟରେ ‘ମହାବୀର’ ପେଟରୁ ଝିଙ୍କ କଣ୍ଟା ଓ ବାରହା ଲୋମ ବାହାରିବାରୁ ତା’ର ମୃତ୍ୟୁକୁ ନେଇ ନାନା ଆଲୋଚନା ହେଉଥିଲା। କିନ୍ତୁ ଏହାକୁ ପରିବେଶବିତମାନେ ଗ୍ରହଣ କରିପାରିନଥିଲେ। ଝିଙ୍କ ନୁହେଁ, ଅନ୍ୟ କିଛି କାରଣରୁ ମହାବୀରର ମୃତ୍ୟୁ ଘଟିଥିବା ସେମାନେ ମତ ଦେଇଥିଲେ।

ଝିଙ୍କ ଗିଳିବା କାରଣରୁ ‘ମହାବୀର’ର ମୃତ୍ୟୁ ହୋଇନାହିଁ। ବରଂ ଶିକାରୀଙ୍କ ଫାଶରେ ପଡ଼ି ମହାବଳଟିର ମୃତ୍ୟୁ ଘଟିଥିବା NTCAର ଫରେଷ୍ଟ ଆଇଜି ଅମିତ ମଲ୍ଲିକ ଓ WII ର ବିଶେଷଜ୍ଞ କେ.ରମେଶଙ୍କ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। NTCA ଡିଜିଙ୍କୁ ଦିଆଯାଇଥିବା ରିପୋର୍ଟରେ ବାଘ ଝିଙ୍କ ଗିଳିବା କିମ୍ବା ବାଘ-ବାଘ ମଧ୍ୟରେ ଲଢ଼େଇରେ ମହାବୀର ଆହତ ହୋଇଥିବାର ସନ୍ଦେହକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରାଯାଇଛି।

ବାରହା ଶିକାର ପାଇଁ ବସାଯାଇଥିବା ଫାସରେ ‘ମହାବୀର’ ପଡ଼ିଯାଇଥାଇପାରେ। ସେଥିରୁ ମୁକୁଳିବାକୁ ଚେଷ୍ଟା କରିବା ସମୟରେ ତା’ ବେକ ଖଣ୍ଡିଆ ହୋଇଯାଇଥିବା ଅନୁମାନ କରାଯାଇଛି। ସେହି କ୍ଷତ ନଶୁଖି ସଂକ୍ରମଣ ହୋଇଯିବାରୁ ମହାବଳ ସେପ୍ଟିସେମିଆରେ ପୀଡ଼ିତ ହୋଇଥିବା ରିପୋର୍ଟରେ କୁହାଯାଇଛି।

ସାତକୋଶିଆରେ ‘ମହାବୀର’ ଗମନାଗମନ ଉପରେ ଲକ୍ଷ୍ୟ ରଖିଥିଲା ବନ ବିଭାଗ। ଏହା ସତ୍ତ୍ୱେ ମହାବୀରକୁ କେମିତି ଶିକାରୀ ଶିକାର କଲେ? ଏଥିରୁ ଜଣାପଡ଼ୁଛି ‘ମହାବୀର’ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା। ସେଥିପାଇଁ ଶିକାରୀର ଫାସରେ ଫସିଗଲା ‘ମହାବୀର’!



from Odisha Reporter https://ift.tt/2B53g5G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages