
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲାର ବେଲଟିକିରିରେ ଥିବା ‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ’ ସଂସ୍ଥା ଦ୍ୱାରା ବେଆଇନ ଭାବେ ଜବରଦସ୍ତି ଧର୍ମାନ୍ତରୀକରଣ ପ୍ରସଙ୍ଗରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି।
ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ତାଙ୍କୁ ପଠାଇଥିବା ପିଟିସନ ଆଧାରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି ଏହି ଅନୁରୋଧ କରିଛନ୍ତି।
ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଏନଜିଓ ଦ୍ୱାରା ଧର୍ମାନ୍ତରୀକରଣ,ବାଳିକାମାନଙ୍କ ସହ ଦୁଷ୍କର୍ମ ଓ ବହୁଳ ପରିମାଣର ଝିଅ ଚାଲାଣ ପରି କାମ କରିଥିବାରୁ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚିଠି ଲେଖି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଏନଜିଓ ଗୁଡ୍ ନ୍ୟୁଜ୍ ଇଣ୍ଡିଆକୁ ବହୁଳ ପରିମାଣର ବିଦେଶୀ ଅର୍ଥ ଆସୁଛି।ଏହି ଏନଜିଓ ଦ୍ୱାରା ପରିଚାଳନାଧୀନ ୨୬ଟି ସେଲଟର ହୋମ୍ ମଧ୍ୟରେ ୧୫ଟି ବେଆଇନ ଭାବେ ଚାଲିଛି।ରାଜ୍ୟ ସରକାର ସବୁ ଜାଣି ନିରବଦ୍ରଷ୍ଟା ସାଜିଛନ୍ତି।ଜୁଭେଇନାଲ ଜଷ୍ଟିସ୍ ଆକ୍ଟକୁ ଦିନ ଦ୍ୱିପ୍ରହରରେ ଉକ୍ତ ସଂସ୍ଥା ଉଲ୍ଲଘଂନ କରିଚାଲିଛି।ଢେଙ୍କାନାଳର ବେଲଟିକିରଠାରେ ଗୁଡ ନ୍ୟୁଜ୍ ଇଣ୍ଡିଆର ଥିବା ସେଲଟର ହୋମ୍ ଏକ ଶୋଷଣ ଓ ଅପକର୍ମ ଭିତରେ ବୁଡ଼ି ରହିଛି।ତେଣୁ ଏହା ଉପରେ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଏହାବ୍ୟତୀତ ଓଡ଼ିଶାର ତିତଲି ପ୍ରଭାବିତଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅତିରିକ୍ତ ସହାୟତା ରାଶି ପ୍ରଦାନ କରିବା ଉପରେ ବିଚାର କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ସିଂହଙ୍କ ନିକଟରେ ଶ୍ରୀ ପ୍ରଧାନ ଦାବି କରିଛନ୍ତି।ସେ ଏହି ପ୍ରସଙ୍ଗରେ ସ୍ୱରାଷ୍ଟ୍ର ବିଭାଗର ସଚିବ ରାଜୀବ ଗୌବାଙ୍କ ସହ ମଧ୍ୟ କଥା ହୋଇଥିବା ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି।ଓଡ଼ିଶା ସରକାରଙ୍କ ଦାବି ଉପରେ ସକରାତ୍ମକ ଭାବେ ବିଚାର କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତିଶ୍ରୁତି ଦେଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
from Odisha Reporter https://ift.tt/2UtiRoL
No comments:
Post a Comment