
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅଡ଼ୁଆରେ OUAT କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ। ପୂର୍ବତନ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ତାଙ୍କ ନାଁରେ ଆଣିଥିବା ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ ଲାଗି ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ତଥା କୁଳାଧିପତିଙ୍କ ପ୍ରମୁଖ ସଚିବ। ୬ ସପ୍ତାହ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଲାଗି କୁହାଯାଇଛି।
କୂଳପତି ସୁରେନ୍ଦ୍ର ନାଥ ପଶୁପାଳକଙ୍କ ନାଁରେ ଆସିଥିବା ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ ଲାଗି ରାଜ୍ୟପାଳ ତଥା କୂଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କ ପ୍ରମୁଖ ସଚିବ, ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନିଜ ପଦବୀର ଅପବ୍ୟବହାର କରିଥିବା ପୂର୍ବତନ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ପ୍ରମୋଦ କୁମାର ଜେନା କୂଳାଧିପତି ଓ ପ୍ରୋ ଚାନ୍ସଲର୍ ତଥା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଲିଖିତ ଭାବେ ଜଣାଇଥିଲେ।
ବିଶ୍ୱବିଦ୍ୟାଳୟ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ବ୍ୟାପକ ଜାଲିଆତି କରାଯାଇଥିବା ସେ ଅଭିଯୋଗ କରିଥିଲେ। ଅଭିଯୋଗରେ ସତ୍ୟତା ଥିବା ଅନୁଭବ କରି କୁଳାଧିପତିଙ୍କ କାର୍ଯ୍ୟାଳୟ, ପଶୁପାଳକଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଲାଗି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ୬ ସପ୍ତାହ ଭିତରେ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ଲାଗି କୁହାଯାଇଛି। କୁଳପତି ପଶୁପାଳକଙ୍କ ନାଁରେ ୫ଟି ବଡ଼ ଦୁର୍ନିତୀ ଅଭିଯୋଗ ଆସିଛି । ତେବେ ଅଭିଯୋଗ ସଂପର୍କରେ ସେ କିଛି ଜାଣିନଥିବା କୁଳପତି କହିଥିବା ବେଳେ କ୍ୟାମେରା ଆଗରେ ମୁହଁ ଖୋଲି ନାହାନ୍ତି।
from Odisha Reporter https://ift.tt/2QJDkGw
No comments:
Post a Comment