ଏଡିଲେଡ୍‌ ଟେଷ୍ଟ୍‌: ଦ୍ୱିତୀୟ ଦିନରେ ଲଢ଼ିଲେ ହେଡ୍‌, ଜଲୱା ଦେଖାଇଲେ ଅଶ୍ୱିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ଏଡିଲେଡ୍‌ ଟେଷ୍ଟ୍‌: ଦ୍ୱିତୀୟ ଦିନରେ ଲଢ଼ିଲେ ହେଡ୍‌, ଜଲୱା ଦେଖାଇଲେ ଅଶ୍ୱିନ

ଏଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଟିମ୍‌ ଇଣ୍ଡିଆର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ ଜଲୱା ଦେଖାଇଛନ୍ତି। ସେ ୫୦ ରନ୍‌ ଦେଇ ୩ ୱିକେଟ୍‌ ଦଖଲ କରିବା ସହ ଅଷ୍ଟ୍ରେଲିଆ ବ୍ୟାଟସ୍‌ମ୍ୟାନମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରାଭିସ୍‌ ହେଡ୍‌ ଲଢ଼େଇ କରି ଦ୍ୱିତୀୟ ଦିନର ଖେଳ ଶେଷ ଯାଏ ୬୧ ରନ୍‌ କରି ଅପରାଜିତ ରହିଛନ୍ତି। ଭାରତ ତା’ର ପ୍ରଥମ ଇନିଂସ୍‌ରେ ୨୫୦ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୭ ୱିକେଟ୍‌ ହରାଇ ୧୯୧ ରନ୍‌ କରିଛି। ଏବେ ବି ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ୍‌ରେ ଭାରତର ସ୍କୋରଠାରୁ ୫୯ ରନ୍‌ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ହେଡ୍‌ ୬୧ ଓ ମିଚେଲ୍‌ ଷ୍ଟାର୍କ ୮ ରନ୍‌ କରି ଅପରାଜିତ ରହିଛନ୍ତି।

ଭାରତ ପକ୍ଷରୁ ଅଶ୍ୱିନ୍‌ ୩ଟି ୱିକେଟ୍‌ ନେଇଥିବା ବେଳେ ଇଶାନ୍ତ ଶର୍ମା ଓ ଯଶପ୍ରୀତ ବୁମ୍ରା ୨ଟି ଲେଖାଏ ୱିକେଟ୍‌ ନେଇଛନ୍ତି।

ଭାରତ ଆଜି ୨୫୦ରୁ ଖେଳ ଆରମ୍ଭ କରିଥିଲା। ତେବେ ଦିନର ପ୍ରଥମ ବଲ୍‌ରେ ହିଁ ମହମ୍ମଦ ଶାମିଙ୍କୁ ଜୋଶ ହେଜେଲଉଡ୍‌ ଆଉଟ୍‌ କରି ଭାରତୀୟ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

ଭାରତ ପରି ଅଷ୍ଟ୍ରେଲିଆ ମଧ୍ୟ ତା’ର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବିନା କୌଣସି ରନ୍‌ରେ ଇଶାନ୍ତ ଶର୍ମା କଙ୍ଗାରୁ ଓପନର୍‌ ଆରନ୍‌ ‍ଫିଞ୍ଚଙ୍କୁ ବୋଲ୍ଡ କରି ପ୍ରଥମ ସଫଳତା ଦେଇଥିଲେ। ଏହାପରେ ମାରକସ୍‌ ହ୍ୟାରିସ୍‌(୨୬) ଓ ଶନ୍‌ ମାର୍ଶ(୨)ଙ୍କୁ ଅଶ୍ୱିନ୍‌ ଆଉଟ୍‌ କରି ଅଷ୍ଟ୍ରେଲିଆ କ୍ୟାମ୍ପରେ ନୈରାଶ୍ୟ ଖେଳାଇ ଦେଇଥିଲେ। କିନ୍ତୁ କିଛି ସମୟ ପାଇଁ ଉସ୍‌ମାନ୍‌ ଖ୍ୱାଜା ଓ ପିଟର ହ୍ୟାଣ୍ଡସ୍କମ୍ବ ସ୍ଥିତ ସମ୍ଭାଳିଥିଲେ।

ଉଭୟ ୪ର୍ଥ ୱିକେଟ୍‌ ପାଇଁ ୨୮ ରନ୍‌ର ଭାଗୀଦାରି କରି ଦଳୀୟ ସ୍କୋରକୁ ୮୭ରେ ପହଞ୍ଚାଇଥିଲେ। ଏହି ସମୟରେ ଅଶ୍ୱିନ୍‌ ଭଲ ଫର୍ମରେ ଥିବା ଖ୍ୱାଜା(୨୮)ଙ୍କୁ ଆଉଟ୍‌ କରି ଟିମ୍‌ ଇଣ୍ଡିଆକୁ ପୁଣି କମ୍‌ବ୍ୟାକ୍‌ର ସୁଯୋଗ ଦେଇଥିଲେ।

ଖ୍ୱାଜାଙ୍କ ପରେ ହେଡ୍‌ ଓ ହ୍ୟାଣ୍ଡସ୍କମ୍ବଙ୍କ ମଧ୍ୟରେ ପୁଣି ଏକ ଭାଗୀଦାରି ହୋଥିଲା। ଉଭୟ ୫ମ ୱିକେଟ୍‌ ପାଇଁ ୩୩ ରନ୍‌ ଯୋଡ଼ିଥିଲେ ହେଁ ବେଶ କିଛି ସମୟ କ୍ରିଜ୍‌ରେ ସମୟ ଅତିବାହିତ କରିଥିଲେ। କିନ୍ତୁ ବୁମ୍ରା ୱିକେଟ୍‌ କିପର୍‌ ରିଷଭ ପନ୍ତଙ୍କ ହାତରେ ହ୍ୟାଣ୍ଡସ୍କମ୍ୱ(୩୪)ଙ୍କୁ ଆଉଟ୍‌ କରାଇଦେଇଥିଲେ। ଅଧିନାୟକ ଟିମ୍‌ ପାଇନ୍‌(୫)ଙ୍କୁ ଇଶାନ୍ତ ଶର୍ମା ଆଉଟ୍‌ କରିଥିବା ବେଳେ ପ୍ୟାଟ୍‌ କମିନ୍ସ(୧୦)ଙ୍କୁ ଯଶପ୍ରୀତ ବୁମ୍ରା ପ୍ୟାଭିଲିୟନ୍‌ ପଠାଇଥିଲେ।

ଗୋଟିଏ ପଟେ ୱିକେଟ୍‌ ଯାଉଥିଲେ ହେଁ ହେଡ୍‌ କିନ୍ତୁ ବେଶ ସାହାସିକତାର ସହ ଭାରତୀୟ ବୋଲରଙ୍କୁ ମୁକାବିଲା କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୮୦ ଓଭର୍‌ ପରେ ଭାରତ ନୂଆ ବଲ୍‌ ନେଇଥିଲେ ହେଁ କେବଳ କମିନ୍ସଙ୍କ ୱିକେଟ୍‌ ହିଁ ନେଇ ପାରିଥିଲା।



from Odisha Reporter https://ift.tt/2G2eHkA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages