
ନୂଆଦିଲ୍ଲୀ: କ୍ରିସମାସ ଏବଂ ନୂଆବର୍ଷକୁ ଆଉ କେଇଟା ଦିନ ବାକି ରହିଲା। ପ୍ରାୟ ସମସ୍ତେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଯୋଜନା କରିସାରିଥିବେ। ସେଲେବ୍ରେସନ୍ ପାଇଁ କିଏ କେତେ ପ୍ଲାନ୍ କରିଥିବେ। ଏଥିପାଇଁ ନଗଦ ଟଙ୍କାର ବି ଆବଶ୍ୟକତା ରହିଛି। ତେବେ ଯଦି ଆପଣ ସବୁ ପ୍ଲାନ୍ କରିସାରିଛନ୍ତି ଅଥବା କରୁଛନ୍ତି, ତେବେ ତୁରନ୍ତ ବ୍ୟାଙ୍କରୁ ଟଙ୍କା ଉଠାଇ ଆଣନ୍ତୁ। କାରଣ ନୂଆବର୍ଷ ପୂର୍ବରୁ ୫ଦିନ ବ୍ୟାଙ୍କ ବନ୍ଦ ରହିପାରେ। ଫଳରେ ବ୍ୟାଙ୍କ ଓ ଏଟିଏମ୍ରୁ ଟଙ୍କା ଉଠାଇବାରେ ସମସ୍ୟା ହୋଇପାରେ।
ବ୍ୟାଙ୍କ ୨୦ ତାରିଖ ପର୍ଯ୍ୟନ୍ତ ଯଥାରୀତି ଚାଲିବା ପରେ ୨୧ରୁ ୨୬ ତାରିଖ ମଧ୍ୟରେ ୫ ଦିନ ବନ୍ଦ ରହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ୨୪ ତାରିଖରେ କେବଳ ବ୍ୟାଙ୍କ ଖୋଲା ରହିବ।
ସୂଚନା ଅନୁସାରେ, ୨୧ ଡିସେମ୍ବରରେ ସରକାରୀ ବ୍ୟାଙ୍କର କର୍ମଚାରୀମାନେ ଧର୍ମଘଟ ହେବାର ଅଛି। ଯଦି ଧର୍ମଘଟ ହୁଏ ତେବେ ପୂରା ଦେଶରେ ସବୁ ସରକାରୀ ବ୍ୟାଙ୍କ ବନ୍ଦ ରହିବ। ତେବେ ବେସରକାରୀ ବ୍ୟାଙ୍କ ଏହି ଦିନ ଖୋଲା ରହିବ। ହେଲେ ସରକାରୀ ବ୍ୟାଙ୍କ ବନ୍ଦ ରହୁଥିବାରୁ ସମସ୍ୟା ସୃଷ୍ଟି ହୋଇପାରେ।
୨୨ ତାରିଖ ଚତୁର୍ଥ ଶନିବାର ପଡ଼ୁଥିବାରୁ ଉଭୟ ସରକାରୀ ଓ ବେସରକାରୀ ବ୍ୟାଙ୍କ ବନ୍ଦ ରହିବ। ୨୩ ତାରିଖ ରବିବାର ହୋଇଥିବାରୁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ।
୨୪ ତାରିଖରେ ସବୁ ବ୍ୟାଙ୍କ କାମ କରିବ।
ଏହାପରେ ୨୫ ତାରିଖ ଖ୍ରୀଷ୍ଟମାସ (ବଡ଼ଦିନ) ଛୁଟି ହୋଇଥିବାରୁ ସବୁ ବ୍ୟାଙ୍କ ବନ୍ଦ ରହିବ।
୨୬ ତାରିଖରେ ବ୍ୟାଙ୍କ କର୍ମଚାରୀଙ୍କ ୟୁନାଇଟେଡ ଫୋରମ୍ର ଧର୍ମଘଟ ହେବାର ଥିବାରୁ ସମସ୍ତ ସରକାରୀ ବ୍ୟାଙ୍କ ବନ୍ଦ ରହିପାରେ। ୨୧ ତାରିଖ ପରି ୨୬ ତାରିଖରେ ମଧ୍ୟ ବେସରକାରୀ ବ୍ୟାଙ୍କଗୁଡ଼ିକ ଖୋଲା ରହିବ।
from Odisha Reporter https://ift.tt/2LkN5Gi
No comments:
Post a Comment