ସାମ୍ବାଦିକତାର ଧ୍ୟେୟ ଜନମଙ୍ଗଳ ହେଉ: ରାଜ୍ୟପାଳ ପ୍ର. ଗଣେଶୀଲାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ସାମ୍ବାଦିକତାର ଧ୍ୟେୟ ଜନମଙ୍ଗଳ ହେଉ: ରାଜ୍ୟପାଳ ପ୍ର. ଗଣେଶୀଲାଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଗୋଟିଏ ଜାତିର ଆତ୍ମା ରାଷ୍ଟ୍ର ନିର୍ମାଣର ଆନୁସଙ୍ଗିକ ସଂସ୍କାର ଓ ସଂସ୍କୃତି ଭିତରେ ଥାଏ। ଯେଉଁ ରାଷ୍ଟ୍ର ଯେତେ ସଂସ୍କାରସମ୍ପନ୍ନ ସେ ରାଷ୍ଟ୍ର ବିଶ୍ୱ ଦରବାରରେ ସେତେ ମର୍ଯ୍ୟାଦାବନ୍ତ। ରାଷ୍ଟ୍ରର ସାମୂହିକ ଅଭିବୃଦ୍ଧି ରାଷ୍ଟ୍ର ସଂପର୍କରେ ଲେଖୁଥିବା ଉନ୍ନତ ଲେଖନୀର ସଫଳ ରୂପାୟନ। ସମଗ୍ର ବିଶ୍ୱରେ ଆମ ଭାରତ ଏମିତି ଏକ ରାଷ୍ଟ୍ର ଯାହା ତାହାର ଅଭିନବ ସଂସ୍କୃତି ପାଇଁ ସମଗ୍ର ବିଶ୍ୱରେ ମହିମାମଣ୍ଡିତ। ରାଷ୍ଟ୍ରର ଚେତନାର ଉତ୍ତରଣକୁ ଠିକ୍ ଭାବେ ଉପସ୍ଥାପିତ କରିବାର ଗୁରୁ ଦାୟିତ୍ୱ ହେଉଛି ସାମ୍ବାଦିକମାନଙ୍କର। ସେମାନେ ଏ ଦିଗରେ ଏକ ଗଠନମୂଳକ ଦାୟିତ୍ୱ ନିର୍ବାହ କଲେ ଆମ ରାଷ୍ଟ୍ର ଉତ୍ତରଣ ପଥରେ ଆଗେଇ ଯିବ ବୋଲି ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ପକ୍ଷରୁ ଆୟୋଜିତ ‘ପେନ୍ ଫର ନେସନ୍’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ କାର୍ଯ୍ୟବାହ ଡ. ଅନୀଲ କୁମାର ମିଶ୍ର କହିଲେ ଯେ, ଆମଭିତରେ ଯାହା ଯେତେ ଖରାପ ଅଛି ତାକୁ ସର୍ବଜନବିଦିତ କରିବାରେ ଜଣେ ସଫଳ ସାମ୍ବାଦିକର ଗୌରବ ନଥାଏ। ବରଂ ଆମର ଯାହା ମୌଳିକ, ଯାହା ଆମର ଅଛି ମାତ୍ର ଅନ୍ୟମାନଙ୍କର ନାହିଁ ତାହାକୁ ପ୍ରଚାରିତ କରିବାରେ କେବଳ ଆମର ନୁହେଁ ଆମ ରାଷ୍ଟ୍ରର ଗୌରବ ବୃଦ୍ଧି ପାଇଥାଏ। ପାଶ୍ଚାତ୍ୟ ଶିକ୍ଷାଦୀକ୍ଷାର ଦ୍ୱାହି ଦେଇ ଭାରତ ସଂସ୍କାରର ଅବମାନନା କରିବା ଜଣେ ରାଷ୍ଟ୍ରପ୍ରେମୀର ଲକ୍ଷଣ ନୁହେଁ। ଏ ଦିଗରେ ସାମ୍ବାଦିକଙ୍କର ବଳିଷ୍ଠ ଭୂମିକା ଭାରତକୁ ବିଶ୍ୱ ଦରବାରରେ ଅଧିକ ସମୁଜ୍ଜ୍ୱଳ କରିବ ବୋଲି ଡ. ମିଶ୍ର କହିଥିଲେ।

ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶାର ସଭାପତି ଅଧ୍ୟାପକ ନିରଞ୍ଜନ ପାଢ଼ୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ ଆମ ରାଷ୍ଟ୍ର ମଧ୍ୟରେ ଯେଉଁ ଅମୂଲ୍ୟ ଶିକ୍ଷା ଗଚ୍ଛିତ ହୋଇ ରହିଛି ତାହାର ସମୁଚିତ ପ୍ରସାରଣ ଗଣମାଧ୍ୟମର ଏକ ପବିତ୍ର ଦାୟିତ୍ୱ। ଯେଉଁ ଲେଖା ଲେଖିବା ଦ୍ୱାରା ରାଷ୍ଟ୍ରର ହିତ ସାଧିତ ହୁଏ, ସମ୍ବାଦପତ୍ରର ସାମ୍ବାଦିକ ଓ ସ୍ତମ୍ଭ ଲେଖକମାନେ ସେଭଳି ଲେଖା ଲେଖିବାରେ ମନୋନିବେଶ କଲେ ଭାରତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହେବ। ଏ ସଂକ୍ରାନ୍ତରେ ଚିନ୍ତନ, ମନ୍ତନ ଓ ବିଚାର ବିଶ୍ଲେଷଣ କରିବା ପାଇଁ ରାଷ୍ଟ୍ରହିତରେ କଲମ ବା ପେନ୍
ଫର ନେସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ବୋଲି ସେ କହିଥିଲେ। ଆଇଆଇଏମ୍ଏସର ଅଧ୍ୟାପକ ହୃଷିକେଶ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ନାରଦ ସମ୍ମାନ ବିଜେତା ରାଜାରାମ ଶତପଥୀ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ ଓ ଅମରେଶ ବିଶ୍ୱାଳ ଯୋଗଦେଇ ସାମ୍ବାଦିକ ଏବଂ ସ୍ତମ୍ଭଲେଖକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।



from Odisha Reporter http://bit.ly/2AeJ6GM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages