ରର୍ବଟ ଭଦ୍ରାଙ୍କ ବିଭିନ୍ନ ଠିକଣାରେ ଚଢ଼ଉ, କର୍ମଚାରୀ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ରର୍ବଟ ଭଦ୍ରାଙ୍କ ବିଭିନ୍ନ ଠିକଣାରେ ଚଢ଼ଉ, କର୍ମଚାରୀ ଅଟକ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଭିଣୋଇ ତଥା ବ୍ୟବସାୟୀ ରର୍ବଟ ଭଦ୍ରାଙ୍କ ସହ ସମ୍ପର୍କରେ ଥିବା ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ଉ କରାଯାଇଛି। ଦିଲ୍ଲୀରେ ଥିବା ରର୍ବଟ ଭଦ୍ରାଙ୍କ ଘନିଷ୍ଠ ସହଯୋଗୀଙ୍କ କମ୍ପାନୀ ଓ ସଂସ୍ଥା ଉପରେ ଏଭଳି ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ଦିଲ୍ଲୀର ୩ଟି ସ୍ଥାନ ଏବେ ବି ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି।

ଭଦ୍ରାଙ୍କ ଓକିଲ ଅଭିଯୋଗ କରିଛନ୍ତି ଯେ “ଇଡି ମୋ କ୍ଲାଏଣ୍ଟଙ୍କ ସହ ସମ୍ପର୍କ ରଖିଥିବା ୩ଟି କମ୍ପାନୀ ଉପରେ ଚଢ଼ଉ କରିଛି। ଖାଲି ସେତିକି ନୁହେଁ କମ୍ପାନୀଗୁଡ଼ିକୁ ମଧ୍ୟ ଚାବି ପକାଇ ଦେଇଛି। ଆମ ଲୋକମାନଙ୍କୁ ଇଡି ସ୍କାଏଲାଇଟ୍‌ ହସପିଟାଲିଟି ମଧ୍ୟରେ ତାଲା ପକାଇ ରଖିଛି। ସେମାନଙ୍କୁ ବାହାରକୁ ଛାଡ଼ୁନାହିଁ କିମ୍ବା ବାହାର ଲୋକଙ୍କୁ ସେମାନଙ୍କୁ ଦେଖା କରିବାକୁ ଅନୁମତି ଦିଆଯାଉ ନାହିଁ। ଏହା କ’ଣ ଜେଲ୍‌?”

ମିଳିଥିବା ସୂଚନା ଅନୁଯାୟୀ କେବଳ ଦିଲ୍ଲୀ ନୁହେଁ ବେଙ୍ଗାଲୁରୁରେ ମଧ୍ୟ ଭଦ୍ରାଙ୍କ କିଛି ସହଯୋଗୀ କମ୍ପାନୀ ଉପରେ ଚଢ଼ଉ କରାଯାଉଛି। ତେବେ ଚଢ଼ଉର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ।



from Odisha Reporter https://ift.tt/2zNQybF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages