୨୬ବର୍ଷ ହେଲାଣି: ବେସାହାରା ରୋଗୀଙ୍କୁ ଖାଇବାକୁ ଦେଉଛନ୍ତି ଏହି ସର୍‌ଦାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

୨୬ବର୍ଷ ହେଲାଣି: ବେସାହାରା ରୋଗୀଙ୍କୁ ଖାଇବାକୁ ଦେଉଛନ୍ତି ଏହି ସର୍‌ଦାର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁର୍‌ମିତ୍‌ ସିଂ, ପାଟ୍‌ନାର ଜଣେ ରେଡିମେଡ୍‌ ଡ୍ରେସ୍‌ ଦୋକାନି। କିନ୍ତୁ ଆଖପାଖର ଲୋକ ତାଙ୍କୁ ଦୋକାନୀ ଭାବେ ନୁହେଁ, ବରଂ ଜଣେ ଦେବଦୂତ ଭାବେ ଗ୍ରହଣ କରିଛନ୍ତ। କାରଣ ଜାଣି ଆପଣ ବି ଗୁରମିତ୍‌ଙ୍କ ବଦାନ୍ୟତା ପାଇଁ ମଥାନତ କରିବେ। ଆଜି ନୁହେଁ, ଦୀର୍ଘ୨୬ବର୍ଷ ହେବ ଏକ ମହତ୍‌ କାମ ଜାରି ରଖିଛନ୍ତି ଗୁର୍‌ମିତ୍‌। ପ୍ରତିଦିନ ରାତିରେ ସେ ପାଟନା ହସ୍ପିଟାଲରେ ରହୁଥିବା ବେସାହାରା ରୋଗୀଙ୍କୁ ଖାଦ୍ୟ ଯୋଗାଉଛନ୍ତି।

ପାଟ୍‌ନା ମେଡିକାଲ୍‌ କଲେଜ୍‌ ଆଣ୍ଡ ହସ୍ପିଟାଲ୍‌ର ‘ଲାୱାରିସ୍‌’ ୱାର୍ଡ। ଯେଉଁଠି ବେସାହାରା ରୋଗୀମାନେ ରୁହନ୍ତି। ପ୍ରତ୍ୟେକ ଦିନ ରାତି ୯ଟା ହେଲେ ସେଠାକୁ ପହଞ୍ଚି ଯାଆନ୍ତ ଗୁର୍‌ମିତ୍‌। ଆଉ ଚଟାପଟ୍‌ ରୋଗୀଙ୍କୁ ମୁହଁରେ ହସ ଦେବାକୁ ଖାଇବାକୁ ଦିଅନ୍ତି। କେତେବେଳେ ରୋଗୀ ହାତରେ ଖାଆନ୍ତି ତ କେତେବେଳ ରୋଗୀମାନଙ୍କୁ ସେ ନିଜ ହାତରେ ଖୁଆଇ ଦିଅନ୍ତି।

ଗୁର୍‌ମିତ୍‌ଙ୍କୁ ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସହାୟତା ମିଳେନି। ନିଜ ପଇସାରେ ସେ ରୋଗୀଙ୍କ ପାଇଁ ଖାଇବା କିଣନ୍ତି ଏହଂ ଭିନ୍ନକ୍ଷମ ରୋଗୀଙ୍କୁ ସେଠାକୁ ଯାଇ ଖୁଆଇ ଦିଅନ୍ତି।

କେବଳ ଏତିକି ନୁହେଁ, କୌଣସି ରୋଗୀର ଦେହ ଖରାପ ହେଲେ ଗୁର୍‌ମିତ୍‌ ହସ୍ପିଟାଲରେ ରହି ତାଙ୍କ ସେବା ମଧ୍ୟ କରନ୍ତି। ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ରକ୍ତଦାନ ବି କରନ୍ତି। ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରୁ କିଛି ରୋଗୀ କୁହନ୍ତି, ଯଦି ଏହି ସରଦାର ନ ଥାନ୍ତେ ତେବେ ସେମାନେ କେବେଠୁ ମରି ଯାଇଥାନ୍ତେ।

 



from Odisha Reporter https://ift.tt/2ElHEGc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages