କଂଗ୍ରେସ ଜିତିବା ପରେ ଏମିତି କଥା କହିଲେ ସୋନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

କଂଗ୍ରେସ ଜିତିବା ପରେ ଏମିତି କଥା କହିଲେ ସୋନିଆ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସ ବିଜେପିକୁ କ୍ଷମତାଚ୍ୟୁତ କରି ସରକାର ଗଠନ କରିବାକୁ ଯାଉଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବରୁ ଶୋଇ ପଡ଼ିଥିବା କଂଗ୍ରେସକୁ ସଞ୍ଜିବନୀ ଦେଇଛି। ଏହି ଭଳି ବିଜୟରେ କେବଳ କଂଗ୍ରେସର ବରିଷ୍ଠ ନେତା ନୁହନ୍ତି କର୍ମୀମାନେ ମଧ୍ୟ ଉତ୍ସାହିତ ହୋଇ ଉଠିଛନ୍ତି।

କଂଗ୍ରେସର ବିଜୟ ପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଦଳର ମାର୍ଗଦର୍ଶକ ତଥା ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଶ୍ରୀମତୀ ଗାନ୍ଧି କହିଛନ୍ତି, “ ବିଜେପିର ନକାରାତ୍ମକ ରାଜନୀତି ଉପରେ କଂଗ୍ରେସର ବିଜୟ ହୋଇଛି। ଏହି ବିଜୟରେ ମୁଁ ବହୁତ ଖୁସି। ରାହୁଲ ଗାନ୍ଧି କଠିନ ପରିଶ୍ରମ କରିଛନ୍ତି। ସବୁ କର୍ମୀ ଏବଂ ନେତାଙ୍କୁ ଏହି ବିଜୟର ଶ୍ରେୟ ଯାଉଛି।”

୨୦୧୪ରୁ ମୋଦି ସରକାର କ୍ଷମତାକୁ ଆସିବା ପରେ କଂଗ୍ରେସ କୌଣସି ହେଲେ ଗୋଟିଏ ରାଜ୍ୟରେ ଜିତି ପାରି ନଥିଲା। ଦୀର୍ଘ ୫୫ ମାସ ପରେ କଂଗ୍ରେସ ପ୍ରଥମଥର ୩ଟି ହିନ୍ଦୀ ଭାଷାଭାଷୀ ରାଜ୍ୟରେ କ୍ଷମତା ଦଖଲ କରିଛି। ବିଶେଷ କରି କଂଗ୍ରେସ ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧି ଗତବର୍ଷ ଦାୟିତ୍ୱ ନେବା ପରେ ଦଳର ଏଭଳି ବିଜୟ ସମ୍ଭବ ହୋଇଛି।



from Odisha Reporter https://ift.tt/2C5PSjp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages