୨୦ବର୍ଷ ଧରି ରୋଗୀଙ୍କୁ ମାଗଣାରେ ଡାକ୍ତରଖାନା ପହଞ୍ଚାଉଛନ୍ତି ‘ଆମ୍ବୁଲାନ୍‌ସ୍‌ ଦାଦା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

୨୦ବର୍ଷ ଧରି ରୋଗୀଙ୍କୁ ମାଗଣାରେ ଡାକ୍ତରଖାନା ପହଞ୍ଚାଉଛନ୍ତି ‘ଆମ୍ବୁଲାନ୍‌ସ୍‌ ଦାଦା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଦିନେ ତାଙ୍କ ପାଖରେ କୌଣସି ଯାନବାହନ ନ ଥିବାରୁ ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଜିଲ୍ଲା ଡାଲାବାରି ଗାଁର କରିମ୍-ଉଲ-ହକ୍‌ ନିଜ ମା’ଙ୍କୁ ଡାକ୍ତରଖାନା ନେଇ ପାରି ନ ଥିଲେ। ଖାସ୍‌ ଏହି କାରଣରୁ କରିମ୍‌ଙ୍କ ଆଖି ସାମ୍ନାରେ ତାଙ୍କ ମା’ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ହାରିଥିଲେ। ଏବେ କିନ୍ତୁ ସେ ନିଜ ଗାଁ ଓ ଆଖପାଖ ଅଞ୍ଚଳର ରୋଗୀମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି।

ନିଜ ମୋଟରସାଇକେଲ୍‌ରେ କରିମ୍‌ ନିଜ ଆଖପାଖ ଅଞ୍ଚଳର ଗରିବ ଲୋକଙ୍କୁ ଗତ ୨୦ ବର୍ଷ ଧରି ମାଗଣାରେ ଡାକ୍ତରଖାନା ପହଞ୍ଚାଉଛନ୍ତି। ନିଜର ଏଭଳି କାମ ପାଇଁ ଆଖପାଖ ଅଞ୍ଚଳରେ ସେ ‘ଆମ୍ବୁଲାନ୍‌ସ୍‌ ଦାଦା’  ରୂପେ ପରିଚିତ।

କରିମ୍‌ଙ୍କ ଗାଁରୁ ପ୍ରାୟ ୫୦ କିମି ଦୂରରେ ରହିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। କିନ୍ତୁ ଗାଁର ଶଯ୍ୟାଶାୟୀ ରୋଗୀମାନଙ୍କୁ ଡାକ୍ତରଖାନା ନେବାକୁ ଲୋକମାନଙ୍କ ପାଖରେ କୌଣସି ସାଧନ ନାହିଁ। ପ୍ରାୟ ୩୦ ବର୍ଷ ତଳେ ଏହି କାରଣରୁ କରିମ୍‌ଙ୍କ ମା’ ଡାକ୍ତରଖାନା ଯାଇ ନ ପାରି ମୃତ୍ୟୁ ମୁଖରେ ପଡ଼ିଥିଲେ। ଏହାର କିଛି ବର୍ଷ ପରେ କରିମ୍‌ ଚା’ ବଗିଚାରେ କାମ କରୁଥିବାବେଳେ ଜଣେ ସହକର୍ମୀ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ସହକର୍ମୀଙ୍କ ଅବସ୍ଥା ଦେଖି କରିମ୍‌ଙ୍କ ଆଖି ଆଗରେ ତାଙ୍କ ମା’ଙ୍କ ମୃତ୍ୟୁ ବେଳର ଦୃଶ୍ୟ ନାଚି ଉଠିଥିଲା। ଆଉ ସେତେବଳେ ତାଙ୍କ ପାଖରେ ବାଇକ୍‌ ଥିବାରୁ ଆଗ ପଛ ବିଚାର ନ କରି ସହକର୍ମୀଙ୍କୁ ନିଜ ସହ ଏକ ଗାମୁଛାରେ ବାନ୍ଧି କରିମ୍‌ ୫୦ କିମି ଦୂର ଡାକ୍ତରଖାନାରେ ପହଞ୍ଚାଇ ଥିଲେ। ଠିକଣା ସମୟରେ ଚିକିତ୍ସା ମିଳିବାରୁ ସହକର୍ମୀଙ୍କ ଜୀବନ ତ ରକ୍ଷା ହୋଇଗଲା, ତା’ ସହ କରିମ୍‌ଙ୍କୁ ମିଳିଥିଲା ବଞ୍ଚିବାର ଭିନ୍ନ ଏକ ରାସ୍ତା।

ସହକର୍ମୀଙ୍କ ଜୀବନ ରକ୍ଷାରୁ ପ୍ରେରଣା ପାଇ ୧୯୯୮ ମସିହାରୁ କରିମ୍‌ ତାଙ୍କ ବାଇକ୍‌ରେ ଆରମ୍ଭ କରିଥିଲେ ଆମ୍ବୁଲାନ୍‌ସ୍‌ ସେବା।

ପ୍ରଥମେ ପ୍ରଥମେ କରିମ୍‌ଙ୍କ ଏହି ବାଇକ୍‌ରେ ମାଗଣା ଆମ୍ବୁଲାନ୍‌ସ୍‌ ସେବା ଦେଖି ଲୋକ ହସୁଥିଲେ। ହେଲେ ଧୀରେ ଧୀରେ ସେମାନେ ଏହାର ଗୁରୁତ୍ୱ ବୁଝିଲେ ଓ କରିମ୍‌ଙ୍କୁ ସମ୍ମାନ ଦେଲେ। କେବଳ ନିଜ ଗାଁ ନୁହେଁ, ଆଖପାଖର ୨୦ଟି ଗାଁରେ ବାଇକ୍‌ ଆମ୍ବୁଲାନ୍ସ ସେବା ଯୋଗାଇ ଲୋକଙ୍କ ପାଇଁ ଦେବଦୂତ ପାଲଟିଗଲେ କରିମ୍‌। ଅନେକ ପ୍ରସୂତିଙ୍କୁ ମଧ୍ୟ ସେ ତାଙ୍କ ବାଇକ୍ ଆମ୍ବୁଲାନ୍‌ସ୍‌ରେ ଡାକ୍ତରଖାନା ପହଞ୍ଚାଇଛନ୍ତି। କେବଳ ଏତିକି ନୁହେଁ, ଜଲପାଇଗୁଡ଼ି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସେ ଆଶୁ ଚିକିତ୍ସାର ଟ୍ରେନିଂ ମଧ୍ୟ ନେଇଛନ୍ତି। ଡାକ୍ତରଖାନା ଯିବାରେ କିଛି ଅସମର୍ଥ ରୋଗୀଙ୍କୁ ସେମାନଙ୍କ ଘରେ ମଧ୍ୟ ସେ ସେବା ଯୋଗାଇ ଦେଉଛନ୍ତି।

ଧୀରେ ଧୀରେ କିଛି ବଦାନ୍ୟ ବ୍ୟକ୍ତି ମଧ୍ୟ କରିମ୍‌ଙ୍କୁ ଏଭଳି କାମ ପାଇଁ ସାହାଯ୍ୟ କରିବା ଲାଗି ଆଗେଇ ଆସିଛନ୍ତି। ନିକଟରେ ବଜାଜ୍‌ କମ୍ପାନୀ ତାଙ୍କ ବାଇକ୍‌ର ମରାମତି କରି ତାକୁ ଏକ ଆତ୍ୟାଧୁନିକ ଟେକ୍ନିକ୍‌ ବେସ୍ଡ ବାଇକ୍‌ରେ ପରିଣତ କରି ଦେଇଛି।

କରିମ୍‌ଙ୍କର ଏଭଳି ମହାନ କାମକୁ ଉତ୍ସାହିତ କରି ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।



from Odisha Reporter https://ift.tt/2SFQHVD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages