ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

encounter

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ଚାଙ୍ଗୁଡ଼ିଦେଇ ପାହାଡ଼ ନିକଟରେ ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ପ୍ରଧାନ ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗତକାଲି ଦିଗପହଣ୍ଡିଠାରେ ଜୟ ଡକାୟତି କରିବା ପାଇଁ ଯୋଜନା କରୁଥିବା ପୁଲିସ୍ ଖବର ପାଇଥିଲା। ପୁଲିସ୍‌ ସେହି ସ୍ଥାନରେ ଚଢ଼ାଉ କରିଥିଲା।

ପୁଲିସ୍‌କୁ ଦେଖି ଜୟ ଦୌଡ଼ି ପଳାଇଯାଇଥିଲା। ପୁଲିସ୍‌ ତାର ପିଛା କରିଥିଲା।  ଚାଙ୍ଗୁଡ଼ିଦେଇ ପାହାଡ଼ ନିକଟରେ ସେ ପୁଲିସ୍‌ ଉପରକୁ ଗୁଳି  କରି ଥିଲା।  ପୁଲିସ୍‌ ଏହାର ଜବାବ ଦେଇଥିଲେ। ପାଲଟା ଗୁଳିମାଡ଼ରେ ସେ ଆହତ ହୋଇଥିଲା।

ଜୟ ସହିତ ପୁଲିସର ମୁହାଁମୁହିଁ ବେଳେ ଦିଗପହଣ୍ଡି ଥାନା ଆଇଆଇସିଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି।

ଜୟ ପାଖରୁ ବାଇକ୍‌, ଦେଶୀ ପିସ୍ତଲ ଓ ବୋମା ଜବତ କରାଯାଇଛି। ତା’ ନାଁରେ ୨୦ରୁ ଅଧିକ ମାମଲା ରହିଛି।

 



from Odisha Reporter http://bit.ly/2Ab9UrE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages