ଔପନ୍ୟାସିକ ଅମିତାଭ ଘୋଷଙ୍କୁ ‘ଜ୍ଞାନପୀଠ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ଔପନ୍ୟାସିକ ଅମିତାଭ ଘୋଷଙ୍କୁ ‘ଜ୍ଞାନପୀଠ’

ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ଔପନ୍ୟାସିକ ଅମିତାଭ ଘୋଷ ସାହିତ୍ୟ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଶୁକ୍ରବାର ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜ୍ଞାନପୀଠ ପୁରସ୍କାର ମନୋନୟନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସର୍ବସମ୍ମତିକ୍ରମେ ଏହି ଇଂରାଜୀ ଔପନ୍ୟାସିକଙ୍କୁ ୫୪ତମ ବ୍ୟକ୍ତିଭାବେ ମନୋନୀତ କରାଯାଇଛି।

୧୯୫୬ ମସିହାରେ ଜନ୍ମିତ ଅମିତାଭ କଥାସାହିତ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଛନ୍ତି। କମିଟିକୁ ଧନ୍ୟବାଦ ଜଣାଇ ସେ କହିଛନ୍ତି, “ଆଜିର ଦିନ ମୋ ପାଇଁ ଚମକପ୍ରଦ। ଏପରି ତାଲିକାରେ ମୋ ନାଁ ଯେ କେବେ ଯୋଡ଼ିହେବ, ତାହା ଭାବିନଥିଲି। ଏହି ତାଲିକାରେ ଏପରି ଅନେକ ବ୍ୟକ୍ତିଙ୍କ ନାମ ରହିଛି ଯେଉଁମାନଙ୍କୁ ମୁଁ ଯଥେଷ୍ଟ ସମ୍ମାନ କରେ।”

ଅମିତାଭଙ୍କ କିଛି ପ୍ରସିଦ୍ଧ ସୃଷ୍ଟି ମଧ୍ୟରେ ରିଜନ୍‌, ଦି ଶ୍ୟାଡୋ ଲାଇନ୍ସ, ଦି କାଲ୍‌କାଟା କ୍ରୋମୋଜମ୍‌, ଦି ଗ୍ଲାସ୍‌ ପ୍ୟାଲେସ୍‌ ଏବଂ ସି ଅଫ୍‌ ପପ୍ପିଜ୍‌ ଆଦି ପ୍ରମୁଖ।

ଜ୍ଞାନପୀଠ ପୁରସ୍କାର ଭାରତୀୟ ଜ୍ଞାନପୀଠ ନାମକ ଏକ ସାହିତ୍ୟିକ ଅନୁଷ୍ଠାନ ଦ୍ୱାରା ପ୍ରତିବର୍ଷ ଦିଆଯାଉଛି। ଏହା ବିଭିନ୍ନ ଭାରତୀୟ ଭାଷା ତଥା ଇଂରାଜୀରେ ଲେଖୁଥିବା ଶ୍ରେଷ୍ଠ ଲେଖକଙ୍କୁ ମଧ୍ୟ ପ୍ରଦାନ କରାଯାଇଥାଏ।



from Odisha Reporter https://ift.tt/2BgXOg7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages