ରାଗିଗଲେ ଆଲିଆ, ଟ୍ୱିଟର୍‌ରେ ଏମିତି ଦେଲେ ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ରାଗିଗଲେ ଆଲିଆ, ଟ୍ୱିଟର୍‌ରେ ଏମିତି ଦେଲେ ଜବାବ

ମୁମ୍ୱାଇ: ନୂଆ ସେଲିବ୍ରିଟି ପ୍ରେମୀ ଯୁଗଳ ଆଲିଆ ଭଟ୍ଟ ଓ ରଣବୀର୍‌ କପୁର୍‌ଙ୍କ ଚର୍ଚ୍ଚାରେ ଏବେ ଉଠୁଛି ପଡୁଛି ବି ଟାଉନ୍‌। ଦୁହେଁ ନିଜ ସମ୍ପର୍କକୁ ନିଜ ମୁହଁରେ ସ୍ୱୀକାର କରି ନ ଥିଲେ ମଧ୍ୟ ପରିବାର ପକ୍ଷରୁ ଏହାକୁ ସମର୍ଥନ ମିଳିଛି।

ତେବେ ରଣବୀର୍‌-ଆଲିଆଙ୍କ ସମ୍ପର୍କକୁ ନେଇ ତାଙ୍କ ଫ୍ୟାନ୍ସମାନେ ବହୁତ ଉତ୍ସାହିତ ଅଛନ୍ତି। ତେଣୁ ଦୁହିଁଙ୍କ ଡେଟିଂ ଲାଇଫ୍‌କୁ  ନେଇ ଫ୍ୟାନ୍ସ ସୋଶାଲ ମିଡ଼ିଆରେ ଅନେକ କମେଣ୍ଟ୍‌ ମଧ୍ୟ ଦେଉଛନ୍ତି।

ଗୁରୁବାର ଜଣେ ଫ୍ୟାନ୍ସଙ୍କର କମେଣ୍ଟ୍‌ ପାଇଁ ଆଲିଆ ଭଟ୍ଟ ରାଗି ଖପ୍ପା ହୋଇ ଯାଇଛନ୍ତି। କେବଳ ଏତିକି ନୁହେଁ, ସେହି ବ୍ୟକ୍ତିଙ୍କୁ ଟ୍ୱିଟର୍‌ରେ କଡ଼ା ଜବାବ ମଧ୍ୟ ଦେଇଛନ୍ତି। ଯାହା ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

ସୂଚନା ଅନୁସାରେ, ହିମାଂଶୁ କକାନି ନାମକ ଜଣେ ବ୍ୟକ୍ତି ଆଲିଆଙ୍କୁ ପଚାରିଥିଲେ, “କ’ଣ ଆମେ ତୁମକୁ ଆଲିଆ କପୁର୍ ବୋଲି କହିପାରିବୁ?” ଏହା ଦେଖିବା ପରେ ଆଲିଆ ଖୁବ୍‌ ବିଗିଡ଼ି ଯାଇଥିଲେ। ଆଲିଆ ଜବାବରେ ଲେଖିଥିଲେ, “କ’ଣ ମୁଁ ତୁମକୁ ହିମାଂଶୁ ଭଟ୍ଟ ବୋଲି କହି ପାରିବି?”

ତେବେ ଆଲିଆ-ରଣବୀର୍‌ ତାଙ୍କ ସମ୍ପର୍କକୁ ସ୍ୱୀକାର କରୁଛନ୍ତି କି ନାହିଁ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। କିନ୍ତୁ ନିକଟରେ ‘କଫି ଉଇଥ୍‌ କରନ୍‌ ୬’ରେ କରନ୍‌ ଜୋହର୍‌ ଆଲିଆ-ରଣବୀର୍‌ଙ୍କ ସମ୍ପର୍କକୁ କ୍ଲିନ୍‌ଚିଟ୍‌ ଦେଇଥିଲେ ଏବଂ ଦୁହେଁ ଡେଟ୍‌ କରୁଛନ୍ତି ବୋଲି କହିଥିଲେ।

ଏହା ସହିତ ମହେଶ୍‌ ଭଟ୍ଟ ମଧ୍ୟ  ଇଣ୍ଟରଭ୍ୟୁରେ ଦୁହିଁଙ୍କ ସମ୍ପର୍କ ଥିବା କଥା ଗଣମାଧ୍ୟମକୁ ଜଣାଇଛନ୍ତି।

ମହେଶ୍‌ କହିଥିଲେ, “ନିଶ୍ଚିତ ଭାବରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। ଏହି କଥାକୁ ଜାଣିବା ପାଇଁ କାହାକୁ ଜ୍ଞାନୀ ହେବାର କୌଣସି ଆବଶ୍ୟକତା ନାହିଁ।  ମୁଁ ରଣବୀର୍‌କୁ ବହୁତ ଭଲପାଏ ଏବଂ ସେ ଜଣେ ଭଲ ପିଲା। ସେ ତାଙ୍କ ସମ୍ପର୍କକୁ କେଉଁ ରୂପ ଦେବେ, ଏହା ତାଙ୍କ ଉପରେ ନିର୍ଭର କରେ। ଏହାକୁ ନେଇ ମୁଁ କୌଣସି କମେଣ୍ଟ୍‌ କରିବି ନାହିଁ। ସେ ଦୁହେଁ ବିବାହ କରିବାକୁ ଚାହୁଁଛନ୍ତି କି ନାହିଁ, ଏହା ଆଗକୁ ଜଣାପଡ଼ିବ। ତାଙ୍କ ଜୀବନର ନିଷ୍ପତି ନେବାର ଅଧିକାର କେବଳ ସେ ଦୁହିଁଙ୍କର ହିଁ ଅଛି। ଏଥିପାଇଁ କାଲି କ’ଣ ହେବ, ଏଥିପାଇଁ ମୁଁ ଅପେକ୍ଷା କରିଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ଆଲିଆ-ରଣବୀର୍‌ ବ୍ରହ୍ମାସ୍ତ୍ର ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ୨୦୧୯ରେ ରିଲିଜ୍‌ ହେବାକୁ ଯାଉଛି।  ନିକଟରେ ଦୁହିଁଙ୍କୁ ମୁମ୍ୱାଇରେ ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ନ୍ୟୁୟର୍କରେ ଚିକିତ୍ସାଧୀନ ଥିବା ରିଷି କପୁର୍‌ଙ୍କୁ ଦେଖିବା ପାଇଁ ଆଲିଆ-ରଣବୀର୍‌ ଏକାଠି ଯାଇଥିବା ସୋଶାଲ ମିଡିଆରେ ଚହଳ ପକାଇଥିଲା।



from Odisha Reporter https://ift.tt/2QsShO5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages