
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଜେଡିରୁ ନିଲମ୍ବିତ ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତ ୟା ଭିତରେ ବିଜେଡିରୁ ବିଦାୟ ନେଇ ବିଜୁ ସମତାକ୍ରାନ୍ତି ଦଳ ଗଢ଼ିସାରିଲେଣି, କିନ୍ତୁ ସରକାରୀ ସୂଚନା ଅନୁସାରେ ତାଙ୍କ ମନ୍ତ୍ରୀ ପଦ ଏବେ ବି ବଜାୟ ରହିଛି।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ୱେବ୍ସାଇଟ୍ https://ift.tt/2SOdHCa ଏହା ଦର୍ଶାଉଛି। 3T- Transparency, Teamwork & Technologyର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ୱେବ୍ସାଇଟ୍ରେ କିନ୍ତୁ ସେ ନାରା କାମରେ ଲଗାଇନଥିବା ଚର୍ଚ୍ଚା ଜୋର ଧରିଛି।
ମନ୍ତ୍ରି ପରିଷଦରୁ ଦାମବାବୁ ବିଦା ହେବାର ବହୁଦିନ ବିତି ଯାଇଥିଲେ ମଧ୍ୟ ଏବେ ଆସେଟ୍ସ ବିକଳ୍ପକୁ ଗଲେ ଯେକେହି ମଧ୍ୟ ଦେଖିପାରିବ ତାଙ୍କର ନାମ ଶୋଭାପାଉଛି। ବିଧିବ୍ୟବସ୍ଥା ଅନୁଯାୟୀ ଇଂରାଜୀ ବର୍ଷ ଶେଷହେବା ଆଗରୁ ମନ୍ତ୍ରୀମାନେ ସମ୍ପତ୍ତି ତାଲିକା ଦାଖଲ କରିବା କଥା ଏବଂ ଏହା Transparency ଦୃଷ୍ଟିରୁ ୱେବ୍ସାଇଟ୍ରେ ମଧ୍ୟ ସ୍ଥାନ ପାଇବା କଥା।
କିନ୍ତୁ ଏଥିରେ ୨୦୧-୧୧ରୁ ୨୦୧୬-୧୭ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ରହିଛି। ଅର୍ଥାତ ୨୦୧୭-୧୮ ଏବଂ ୨୦୧୮-୧୯ର ସମ୍ପତ୍ତି ତାଲିକା ଏଯାଏ ସ୍ଥାନ ପାଇନାହିଁ। ସମଗ୍ର ପ୍ରସଙ୍ଗକୁ ବିଚାର କଲେ ଜଣାଯାଏ ଏହା ସମ୍ଭବତଃ Teamwork & Technology ଠିକ ଭାବେ କାମ କରୁନଥିବାର ପରିଣାମ।
from Odisha Reporter https://ift.tt/2QTQnp3
No comments:
Post a Comment