‘ଇଣ୍ଡିଆନ୍ ଆଇଡଲ୍‌’ରେ ବାଜି ମାରିଲେ ସଲ୍‌ମାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

‘ଇଣ୍ଡିଆନ୍ ଆଇଡଲ୍‌’ରେ ବାଜି ମାରିଲେ ସଲ୍‌ମାନ୍‌

salman23

ମୁମ୍ବାଇ: ତାଙ୍କର କଣ୍ଠରେ ରହିଛି ନିଆରା ଯାଦୁ। ତାଙ୍କ ଗାଇବା ଶୈଳୀରେ ରହିଛି ଏକ ଭିନ୍ନ ଆକର୍ଷଣ। ତାଙ୍କୁ ଯିଏ ବି ଶୁଣିଛି, ଆଶ୍ଚର୍ଯ୍ୟ ହୋଇଛି। ଏଥିରୁ ବଲିଉଡ୍‌ର ବଡ଼ ବଡ଼ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ବି ବାଦ୍ ପଡ଼ି ନାହାନ୍ତି। ଆଉ ଶେଷରେ ସମସ୍ତଙ୍କ ମନ ଜିଣି ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌-୧୦’ରେ ବାଜି ମାରି ନେଇଛନ୍ତି ଏହି ଯୁବ ଗାୟକ- ସଲ୍‌ମାନ୍ ଅଲ୍ଲୀ।

‘ସୋନି’ ଟିଭିରେ ପ୍ରସାରିତ ହେଉଥିବା ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ -୧୦’ରେ ‘ଶ୍ରେଷ୍ଠ ୫’ରେ ନୀତିନ କୁମାର, ସଲ୍‌ମାନ୍‌ ଅଲ୍ଲୀ, ଅଙ୍କୁଶ୍‌ ଭରଦ୍ୱାଜ୍‌, ନିଲଞ୍ଜନା ରାୟ ଓ ବିଭୋର ପରାଶର ପହଞ୍ଚିଥିଲେ। ତେବେ ଟପ୍-୨ରେ ପହଞ୍ଚିଥିଲେ ଅଙ୍କୁଶ ଭରଦ୍ୱାଜ୍‌ ଓ ସଲ୍‌ମାନ୍‌ ଅଲ୍ଲୀ। ସଲ୍‌ମାନ୍‌ ୨ କୋଟି ଭୋଟ୍‌ ପାଇ ବାଜି ମାରି ନେଇଥିଲେ। ତାଙ୍କୁ ’ଇଣ୍ଡିଆନ୍ ଆଇଡଲ୍‌’ର ଟ୍ରଫି ସହ ୨୫ ଲକ୍ଷ ଟଙ୍କା ଓ ଏକ କାର ପ୍ରଦାନ କରାଯାଇଛି।

ଗତକାଲି ଅନୁଷ୍ଠିତ ଗ୍ରାଣ୍ଡ୍ ଫିନାଲେରେ ସଲମାନଙ୍କୁ ବିଜୟୀ ଘୋଷଣା କରାଯିବ ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ‘ଜିରୋ’ ଫିଲ୍ମରେ ଅଭିନୟ କରିଥିବା ଶାହାରୁଖ୍ ଖାନ୍‌, କଟ୍ରିନା କୈଫ୍‌ ଓ ଅନୁଷ୍କା ଶର୍ମା ଯୋଗ ଦେଇଥିଲେ। ଏହି ଅବସରରେ ସେମାନେ ’ଜିରୋ’ର ପ୍ରମୋସନ୍ କରିଥିଲେ।

ଗତ ଜୁଲାଇ ୨୯ରୁ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ -୧୦’ ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମେ ଅନୁ ମଲିକ, ଭିଶାଲ୍ ଦଦ୍‌ଲାନି ଓ ନେହା କକ୍କର ବିଚାରକ ଥିଲେ। ‘ମି ଠୁ’ ଅଭିଯୋଗ ଆସିବା ପରେ ଅନୁ ମଲିକ ନିଜେ ଶୋ’ ଛାଡ଼ି ଦେଇଥିଲେ। ତାଙ୍କ ସ୍ଥାନ ନେଇଥିଲେ ଜାଭେଦ୍ ଅଲ୍ଲୀ। ଏହି ଶୋ’ରେ ମନୀଷ ପଲ୍‌ ଉପସ୍ଥାପକ ଥିଲେ।



from Odisha Reporter http://bit.ly/2SnpzeA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages