
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଏକ ଅଶୋଭନୀୟ ଆଚରଣର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏ ଦୃଶ୍ୟଟି ପୁରୀ ଜିଲ୍ଲା ପିପିଲି ବ୍ଳକ୍ ତେଇଶିପୁର ପଞ୍ଚାୟତର।
ଏହି ପଞ୍ଚାୟତର ୨୪ ନମ୍ବର ଜୋନ୍ ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗ ଦେଇଥିଲେ। ତେବେ ବୈଠକ ପୂର୍ବରୁ ସଭା ମଞ୍ଚର କିଛି ଦୂରରେ ମନ୍ତ୍ରୀ ନିଜ କର୍ମୀମାନଙ୍କ ଗହଣରେ ଠିଆ ହୋଇଥିଲେ। ଏହି ସମୟରେ ସେହି ବାଟ ଦେଇ ଜଣେ ଛୋଟ ପିଲା ଯାଉଥିଲା। ତେବେ ମନ୍ତ୍ରୀ ପିଲାଟିକୁ ହଠାତ୍ ଠେଲି ଦେଇଥିବା ଏହି ଭିଡିଓରେ ଦେଖବାକୁ ମିଳିଛି।
ମନ୍ତ୍ରୀ ଠେଲି ଦେବାରୁ ଛୋଟ ପିଲାଟି ଖାଲରେ ପଡ଼ିଯାଇଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଉଛି। ନିମ୍ନରେ ଭିଡିଓଟିକୁ ଦେଖନ୍ତୁ।
from Odisha Reporter http://bit.ly/2SgMZSz
No comments:
Post a Comment