ଆପଣ ଏହିସବୁ ଖାଦ୍ୟକୁ ଦ୍ୱିତୀୟଥର ଗରମ କରି ଖାଉଛନ୍ତି କି ? ହୋଇପାରେ କ୍ୟାନ୍‌ସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ଆପଣ ଏହିସବୁ ଖାଦ୍ୟକୁ ଦ୍ୱିତୀୟଥର ଗରମ କରି ଖାଉଛନ୍ତି କି ? ହୋଇପାରେ କ୍ୟାନ୍‌ସର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଆପଣ ଫ୍ରିଜ୍‌ରେ ଥିବା ଖାଦ୍ୟକୁ ଦ୍ୱିତୀୟଥର ଗରମ କରି ଖାଇଥାନ୍ତି। ଏହି ସବୁ ଖାଦ୍ୟକୁ ଗରମ କରି ଖାଇବା ପରେ ସେଥିରେ ଥିବା ପ୍ରୋଟିନ୍‌ ନଷ୍ଟ ହୋଇ ଯାଇଥାଏ। କେବଳ ଏତିକି ନୁହେଁ, କେତେକ ଖାଦ୍ୟ ଏପରି ଅଛି, ଯାହାକୁ ଗରମ କରି ଖାଇଥାନ୍ତି। କିନ୍ତୁ ଗବେଷଣା କହୁଛି ଏମିତି କିଛି ଖାଦ୍ୟ ଅଛି ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ହାନିକାରକ। ଏମିତି ବି ପ୍ରାଣଘାତୀ ରୋଗ କ୍ୟାନ୍ସର ହେବାର ଆଶଙ୍କା ରହିଛି। ଆଜି ଆମେ ଆପଣଙ୍କୁ ସେମିତି କିଛି ଖାଦ୍ୟ ବିଷୟରେ କହିବୁ, ଯାହାକୁ ଗରମ କରି ଖାଇବା ଉଚିତ୍‌ ନୁହେଁ। ସେହି ଖାଦ୍ୟକୁ ଥଣ୍ଡା ଖାଆନ୍ତୁ କିନ୍ତୁ ଗରମ କରି ଆଦୌ ଖାଆନ୍ତୁ ନାହିଁ। ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟକୁ ଗରମ କରିବା ଉଚିତ୍‌ ନୁହେଁ।
ନିରାମିଷ ଖାଦ୍ୟ
ଯଦି ଆପଣ ନିରାମିଷ ଖାଦ୍ୟକୁ ଫ୍ରିଜ୍‌ରେ ରଖୁଛନ୍ତି,ତେବେ ଏହାକୁ ଗରମ କରି ଖାଆନ୍ତୁ ନାହିଁ। ନିରାମିଷ ଖାଦ୍ୟକୁ ଗରମ କରିବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍‌ ବଦଳି ଯାଇଥାଏ। ଯାହା ଶରୀର ପାଇଁ କ୍ଷତିକାରକ। ଏହି ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ରୋଗ ହେବା ସହିତ ଆପଣ ଖାଉଥିବା ଖାଦ୍ୟ ମଧ୍ୟ ହଜମ ହୋଇ ନ ଥାଏ। ଖାଦ୍ୟରେ ଥିବା କମ୍ପୋଜିସନ୍‌ ବଦଳିଲେ, ଆପଣଙ୍କୁ କ୍ୟାନସର୍‌ ହେବାର ଆଶଙ୍କା ରହିଛି।
ଆଳୁ
ଆଳୁକୁ ଅନେକ ସମୟ ଧରି ଫ୍ରିଜ୍‌ରେ ରଖିବା ପରେ ଏହାକୁ ଗରମ କଲେ, ଏଥିରେ ଥିବା ନ୍ୟୁଟ୍ରିସନ୍ସ୍‌ ପରିବର୍ତ୍ତିତ ହୋଇଥାଏ। ସେଥିପାଇଁ ଆଳୁକୁ ଗରମ କରି ଖାଆନ୍ତୁ ନାହିଁ।

ବିଟ୍‌
ଯଦି ଆପଣ ବିଟ୍‌କୁ ସିଝାଇ ଖାଉଛନ୍ତି ଏବଂ ଏହା ବଳକା ରହିବା ପରେ ଏହାକୁ ଗରମ କରି ଖାଆନ୍ତୁ ନାହିଁ। ଏହାକୁ ଗରମ କଲେ, ଏଥିରେ ଥିବା ନାଇଟ୍ରେଟ୍‌ ନଷ୍ଟ ହୋଇ ଯାଇଥାଏ।
ପନିର ଓ ଛତୁ
ସେହିପରି ପନୀର ଓ ଛତୁରେ ଥିବା ପ୍ରୋଟିନ୍‌ ଗରମ ହେବା ପରେ ବଦଳି ଯାଇଥାଏ। ଏଥିରେ ଥିବା କମ୍ପୋଜିସନ୍‌ ବଦଳିବା ପରେ ଏହା କ୍ୟାନସର୍‌ ତତ୍ତ୍ୱରେ ପରିଣତ ହୋଇଥାଏ। ଯାହାଦ୍ୱାରା ଆପଣଙ୍କୁ କ୍ୟାନସର୍‌ ହେବାର ସମ୍ଭାବନା ମଧ୍ୟ ରହିଛି।
ପାଳଙ୍ଗ ଶାଗ
ପାଳଙ୍ଗ ଶାଗ ଦେହ ପାଇଁ ଅନେକ ଉପକାରୀ କିନ୍ତୁ ଏହାକୁ ପୁଣି ଥରେ ଗରମ କରି ଖାଇଲେ ଏଥିରେ ଥିବା ନାଇଟ୍ରେଟ୍‌ ନଷ୍ଟ ହୋଇ ଯାଇଥାଏ। ଯାହା ଭବିଷ୍ୟତରେ କ୍ୟାନସର୍‌ର କାରଣ ହୋଇଥାଏ।

ଭାତ
ଚାଉଳରେ ଜୀବାଣୁ ରହିଥାନ୍ତି, ଭାତ ହେବା ପରେ ଏଥିରେ ଥିବା ଜୀବାଣୁ ନଷ୍ଟ ହୋଇ ଯାଇଥାନ୍ତି। କିନ୍ତୁ ଭାତ ଥଣ୍ଡା ହେବା ପରେ ଜୀବାଣୁ ପୁଣି ଥରେ ସୃଷ୍ଟି ହେବାରେ ଲାଗିଥାନ୍ତି। ଭାତକୁ ଗରମ କରି ଖାଇବା ଦ୍ୱାରା ଆପଣଙ୍କୁ ଫୁଡ୍‌ ପଏଜନିଙ୍ଗ୍‌ ହେବାର ଆଶଙ୍କା ରହିଛି।

ଚାହାପତି
ଆପଣ ଚାହା କରି ସାରିବା ପରେ ବଳକା ଚାହାପତିକୁ କେହି କେହି ଦ୍ୱିତୀୟଥର ବ୍ୟବହାର କରିଥାନ୍ତି। ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଚାହାପତିକୁ ବାରମ୍ୱାର ଫୁଟାଇ ବ୍ୟବହାର କରିବା ଉଚିତ୍‌ ନୁହେଁ। ଗରମ ହେବା ପରେ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶେଷ ହୋଇ ଯାଇଥାଏ। ଏହାକୁ ପିଇବା ଦ୍ୱାରା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହୋଇଥାଏ। ଏହା ସହିତ ଏସିଡିଟି ବଢ଼ିବା ଦ୍ୱାରା ଆପଣଙ୍କ ପାକସ୍ଥଳୀ ମଧ୍ୟ ଦୁର୍ବଳ ହୋଇଥାଏ। ଯେଉଁଥିପାଇଁ ଆପଣଙ୍କୁ କ୍ୟାନସର୍‌ ହେବାର ଆଶଙ୍କା ରହିଥାଏ।



from Odisha Reporter https://ift.tt/2U434fT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages