କମ୍‌ବ୍ୟାକ୍‌ କରୁଛନ୍ତି କମେଡି କିଙ୍ଗ୍, ଅଭିନୟ ନୁହେଁ ଏଥର… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

କମ୍‌ବ୍ୟାକ୍‌ କରୁଛନ୍ତି କମେଡି କିଙ୍ଗ୍, ଅଭିନୟ ନୁହେଁ ଏଥର…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ପରଦାରେ ଦିଶୁ ନ ଥିବା ଓଲିଉଡ୍‌ ହାସ୍ୟ ଅଭିନେତା ପପୁ ପମ୍‌ ପମ୍‌ ଏଥର ଫେରୁଛନ୍ତି। ଅସୁସ୍ଥତା ହେତୁ ଆଉ ପପୁଙ୍କ ଅଭିନୟ ଦେଖିବାକୁ ମିଳୁ ନ ଥିଲା। ଅଗ୍ନାଶୟରେ ସମସ୍ୟା ପାଇଁ ପପୁଙ୍କ ଚିକିତ୍ସା ଚାଲିଥିଲା ଏବଂ ଡାକ୍ତରଙ୍କ ପରାମର୍ଶ ପାଇ ପପୁ ବିଶ୍ରାମ ନେଉଥିଲେ। କିନ୍ତୁ ଏବେ ଯାହା ସୂଚନା ମିଳୁଛି ପୁଣିଥରେ ପପୁ କମ୍‌ବ୍ୟାକ୍‌ କରୁଛନ୍ତି ।

ଏଥର ହାସ୍ୟ ଅଭିନେତା ଭାବେ ନୁହେଁ, ବରଂ ଜଣେ ନିର୍ଦ୍ଦେଶକ ଭାବେ କମ୍‌ ବ୍ୟାକ୍‌ କରିବେ ପପୁ। ଆଗକୁ ଆସୁଛି ପପୁଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚିର୍‌କୁଟ୍‌’। ଅକ୍ଷୟ ପରିଜା ପ୍ରଡକ୍ସନ୍ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ଥିଏଟର କଳାକାରମାନଙ୍କୁ ଗୁରୁତ୍ୱ ଦିଆଯାଇଛି। ଏହି ଫିଲ୍ମରେ ଛୋଟ ପିଲାମାନଙ୍କୁ ମଧ୍ୟ ସାମିଲ୍‌ କରାଯାଇଛି।

ନିର୍ଦ୍ଦେଶନା ସହ ଏହି ଫିଲ୍ମରେ ପପୁ ସ୍ୱର ସଂଯୋଜନା କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି।



from Odisha Reporter https://ift.tt/2AMkHIg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages