ଶକ୍ତିମନ୍ତ୍ରୀଙ୍କ ଗୁଣ୍ଡାଗିରି, ପୁଲିସ୍‌ ଆଗରେ ଯୁବକଙ୍କୁ ପିଟିଲେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ଶକ୍ତିମନ୍ତ୍ରୀଙ୍କ ଗୁଣ୍ଡାଗିରି, ପୁଲିସ୍‌ ଆଗରେ ଯୁବକଙ୍କୁ ପିଟିଲେ !

ଟିଟିଲାଗଡ଼ (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପୁଲିସ ଉପସ୍ଥିତିରେ ସର୍ବସାଧାରଣରେ ଗୁଣ୍ଡାଗର୍ଦ୍ଦି ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଶକ୍ତି ମନ୍ତ୍ରୀ ଶ୍ରୀ ସିଂ ନିଜେ ଆଇନକୁ ହାତକୁ ନେଇ ପୁଲିସ କବଜାରେ ଥିବା ଜଣେ ଯୁବକଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ମନ୍ତ୍ରୀ ଶ୍ରୀ ସିଂ ଟିଟିଲାଗଡ଼ରେ ବିଜେଡିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହି ସଭା ଉପରକୁ ଜଣେ ଯୁବକ ଅଣ୍ଡାମାଡ଼ କରିଥିଲେ। ତେବେ ସେଠାରେ ଥିବା ବିଜେଡି କର୍ମୀମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିବାପରେ ପୁଲିସ ସେମାନଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିଥିଲା। ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଆହତ ଅବସ୍ଥାରେ ଆଣି ନିଜ ଗାଡ଼ିରେ ବସାଇଥିଲା। ତେବେ ସେଠାରେ ଥିବା ବିଜେଡି କର୍ମୀମାନେ ଉକ୍ତ ଯୁବକକୁ ପୁଲିସ ନିକଟରୁ ଛଡ଼ାଇ ନେଇ ପୁଣି ମାଡ଼ ମାରିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ପୁଲିସ ସେମାନଙ୍କୁ ବାରଣ କରିଥିଲା।

ମାତ୍ର ସଭା କାର୍ଯ୍ୟକ୍ରମ ସାରି ଫେରିବାବେଳେ ମନ୍ତ୍ରୀ ଶ୍ରୀ ସିଂ ସେଠାରେ ପୁଲିସକୁ ନାଲିଆଖି ଦେଖାଇ ପୁଲିସର ଉପସ୍ଥିତିରେ ପୁଲିସ ଗାଡ଼ି ଭିତରେ ସମ୍ପୃକ୍ତ ଯୁବକଙ୍କୁ ମାଡ଼ ମାରିବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ମନ୍ତ୍ରୀଙ୍କୁ ଅଟକାଇବାକୁ ପ୍ରୟାସ କରି ମଧ୍ୟ ତାଙ୍କ ନାଲିଆଖି ଦେଖି ପୁଲିସ ନିରବ ରହିବାକୁ ବାଧ୍ୟ ହୋଇଥିଲା।

ପୁଲିସ ଏହି ଘଟଣାରେ ଅଣ୍ଡାମାଡ଼ କରିଥିବା ଯୁବକଙ୍କ ନାଁରେ ମାମଲା ରୁଜୁ କରିଥିବାବେଳେ ତାଙ୍କୁ ମାଡ଼ ମାରିଥିବା ମନ୍ତ୍ରୀ ଓ ବିଜେଡି କର୍ମୀଙ୍କ ପ୍ରତି କୋହଳ ଆଭିମୁଖ୍ୟ ପୋଷଣ କରିଥିବା ଜଣାପଡ଼ିଛି। ମନ୍ତ୍ରୀଙ୍କ ଏଭଳି ଆଚରଣକୁ ସମସ୍ତେ ନିନ୍ଦା କରୁଥିବାବେଳେ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶହ ଶହ ଲୋକଙ୍କ ସମ୍ମୁଖରେ ଓ ପୁଲିସ ଉପସ୍ଥିତିରେ ମନ୍ତ୍ରୀ ଶ୍ରୀ ସିଂ ଆଇନକୁ ହାତକୁ ନେବାକୁ ପଛାଇ ନଥିବା ଜଣାପଡ଼ିଛି।



from Odisha Reporter https://ift.tt/2zDpzPY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages