ମାସକୁ ୯୦୦୦ ଫୋନ୍‌ ଟ୍ୟାପିଂ କରୁଥିଲେ କଂଗ୍ରେସ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ମାସକୁ ୯୦୦୦ ଫୋନ୍‌ ଟ୍ୟାପିଂ କରୁଥିଲେ କଂଗ୍ରେସ ସରକାର

ନୂଆଦିଲ୍ଲୀ: ବ୍ୟକ୍ତିଗତ କମ୍ପ୍ୟୁଟର ଉପରେ ସରକାର ନଜର ରଖିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷାକୁ ନେଇ ବିଜେପି ସରକାରଙ୍କୁ କଂଗ୍ରେସ କଡ଼ା ସମାଲୋଚନା କରିଥିବାବେଳେ କଂଗ୍ରେସ ଶାସନ ସମୟର ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।

ଆରଟିଆଇ ଯୋଗେ ମିଳିଥିବା ଏହି ତଥ୍ୟରୁ ଜଣାପଡ଼ିଛି ୭୫୦୦ରୁ ୯୦୦୦ ଫୋନ୍‌ର ତଥ୍ୟ ଉପରେ ନଜର ରଖିଥିଲେ ତତ୍କାଳୀନ ୟୁପିଏ ସରକାର। ଏତଦ୍‌ବ୍ୟତୀତ ୩୦୦ରୁ ୫୦୦ ଇମେଲ୍‌ ଆକାଉଣ୍ଟ ମଧ୍ୟ ଏପରି ଗୁପ୍ତ କାର୍ଯ୍ୟରେ ସାମିଲ ଥିଲା।

୨୦୧୩ ଅଗଷ୍ଟ ୧୩ ତାରିଖର ଏହି ଉତ୍ତରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ଏଥିରେ କୁହାଯାଇଥିଲା, “ହାରାହାରି ୭୫୦୦ରୁ ୯୦୦୦ ଫୋନ୍‌ର ତଥ୍ୟ ଏବଂ ୩୦୦ରୁ ୫୦୦ ଇମେଲ୍‌ ଆକାଉଣ୍ଟ ଉପରେ ମଧ୍ୟ ନିୟମିତ ନଜର ରଖାଯାଇ ଥିଲା।”

ଏଥିରେ ଆହୁରି ମଧ୍ୟ ଯାଞ୍ଚକାରୀ ସଂସ୍ଥା ଭାବେ ଇଣ୍ଟେଲିଜେନ୍ସ ବ୍ୟୁରୋ, ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଇଡି, ସିବିଆଇ, ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟାକ୍ସେସ, ଏନ୍‌ଆଇଏ, କ୍ୟାବିନେଟ୍‌ ସଚିବ(ର’), ଡିରେକ୍ଟରେଟ୍‌ ଅଫ୍‌ ରେଭେନ୍ୟୁ ଇଣ୍ଟଲିଜେନ୍ସ ଓ ଦିଲ୍ଲୀର ପୁଲିସ୍‌ କମିଶନର ଆଦି୧୦ଟି ତଦନ୍ତକାରୀ ସଂସ୍ଥାଙ୍କ ନାମର ଉଲ୍ଲେଖ ରହିଛି।

୨୦୦୮ ମସିହାରେ ଏ ରାଜା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଏବଂ ଶିବରାଜ ପାଟିଲ ଗୃହ ମନ୍ତ୍ରୀ ଥିବାବେଳେ ଲାଗୁ ହୋଇଥିବା ଏହି ଆଇନରେ ପରିବର୍ତ୍ତନ ଅଣାଯାଇ ତଦନ୍ତକାରୀ ସଂସ୍ଥାଗୁଡ଼ିକର କ୍ଷମତା ବଢ଼ାଯାଇଥିବା ବିଷୟରେ ଆଜି ସରକାର ମତ ରଖିଛନ୍ତି।



from Odisha Reporter http://bit.ly/2SbD6W9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages