ଶୁଭ୍ରାଂଶୁଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ୩ ରନ୍‌ ପାଇଁ ବିଜୟ ହାତଛଡ଼ା କଲା ଓଡ଼ିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ଶୁଭ୍ରାଂଶୁଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ୩ ରନ୍‌ ପାଇଁ ବିଜୟ ହାତଛଡ଼ା କଲା ଓଡ଼ିଶା

ରାଞ୍ଚି: ଶୁଭ୍ରାଂଶୁ ସେନାପତିଙ୍କ ଲଢ଼ୁଆ ଶତକ ପରେ ବିଜୟ ହାତ ପାଆନ୍ତାରେ ଥିଲେ ହେଁ, ଶେଷ ମୁହୂର୍ତ୍ତରେ ଏହା ଓଲଟି ଯାଇ ଓଡ଼ିଶା ଝାରଖଣ୍ଡଠାରୁ ୨ ରନ୍‌ରେ ପରାସ୍ତ ହୋଇଛି। ୨୬୦ ରନ୍‌ର ଟାର୍ଗେଟ୍‌କୁ ପିଛା କରି ମାତ୍ର ୩ ରନ୍‌ ବାକି ଥିବା ବେଳେ ଓଡ଼ିଶା ୨୫୭ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଥିଲା।

ଶେଷ ୱିକେଟ୍ ପାଇଁ ୬୪ ରନ୍‌ର ଭାଗୀଦାରୀ କରିଥିବା ଶୁଭ୍ରାଂଶୁ ଓ ଧୀରଜ ସିଂହଙ୍କ ଯୋଡ଼ି ବିଜୟ ପାଇଁ ପ୍ରାଣପ୍ରଣେ ଉଦ୍ୟମ କରିଥିଲେ ମଧ୍ୟ ତାହା ଯଥେଷ୍ଟ ହୋଇନଥିଲା। ଓଡ଼ିଶାର ଦ୍ୱିତୀୟ ଇନିଂସ୍‌ର ଶେଷ ୱିକେଟ୍ ଭାବେ ଧୀରଜ ୭ ରନ୍ କରି ଆଉଟ୍ ହେବା ବେଳକୁ ଶୁଭ୍ରାଂଶୁ ୧୫୭ ରନ୍‌ କରି ଅପରାଜିତ ଥିଲେ। ଏହି ୧୫୭ ରନ୍‌ର ଇନିଂସ୍‌ ପାଇଁ ସେ ସମୁଦାୟ ୩୨୧ ବଲ୍ ଖେଳିଥିଲେ ଏବଂ ଏଥିରେ ୧୨ ଚୌକା ଓ ୬ ଛକା ସାମିଲ୍‌ ଥିଲା। ନିଜ କ୍ୟାରିଅର୍‌ର ଅନ୍ୟତମ ଶ୍ରେଷ୍ଠ ଇନିଂସ୍ ଖେଳିଥିବା ଶୁଭ୍ରାଂଶୁ ଏହି ମ୍ୟାଚ୍‌ର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ସେହିଭଳି ଝାରଖଣ୍ଡ ପକ୍ଷରୁ ଅନୁକୂଲ ରୟ ସର୍ବାଧିକ ୪ଟି ୱିକେଟ୍‌ ପାଇଥିଲେ।

ପ୍ରଥମ ଇନିଂସରେ ଝାରଖଣ୍ଡ ୧୭୨ ରନ୍ କରିଥିବା ବେଳେ ଓଡ଼ିଶା ୨୦୧ ରନ୍ କରିଥିଲା। ଝାରଖଣ୍ଡ ଦ୍ୱିତୀୟ ଇନିଂସ୍‌ରେ ୨୮୮ ରନ୍ କରି ଓଡ଼ିଶା ଆଗରେ ଚ୍ୟାଲେଞ୍ଜିଂ ୨୬୦ ରନ୍‌ର ଟାର୍ଗେଟ୍ ରଖିଥିଲା।

ରବିବାର ୩ ୱିକେଟ୍‌ ହରାଇ ୮୧ରନ୍‌ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶାର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଶୁଭ୍ରାଂଶୁ ଓ ବିପ୍ଳବ ସାମନ୍ତରାୟ ଓଡ଼ିଶା ସ୍କୋରକୁ ୩ ଅଙ୍କ ପାର୍‌ କରାଇଥିଲେ। ଚତୁର୍ଥ ୱିକେଟ୍ ପାଇଁ ୫୩ ରନ୍‌ର ଭାଗିଦାରୀ ହେବା ବେଳକୁ ବିପ୍ଳବ ଅନୁକୂଲ ରୟଙ୍କ ଶିକାର ହୋଇଥିଲେ। ସେତେବେଳକୁ ବିପ୍ଲବଙ୍କ ବ୍ୟକ୍ତିଗତ ସ୍କୋର ୨୩ ଥିଲା।

ଏହା ପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ଗୋଟିଏ ପଟେ ଶୁଭ୍ରାଂଶୁ ଛିଡ଼ା ହୋଇଥିବା ବେଳେ ଅନ୍ୟପଟରୁ ଜଣକ ପରେ ଜଣେ ବିଦାୟ ନେଉଥିଲେ। ଓଡ଼ିଶାର ସ୍କୋର ୧୯୩ ରନ୍‌ ହୋଇଥିବାବେଳେ ନବମ ୱିକେଟ୍‌ର ପତନ ଘଟିଥିଲା। ଝାରଖଣ୍ଡ ହାତକୁ ସହଜରେ ମ୍ୟାଚ୍‌ ଚାଲିଯିବ ବୋଲି ମନେ ହେଉଥିଲେ ମଧ୍ୟ ଶୁଭ୍ରାଂଶୁଙ୍କୁ ସହଯୋଗ ପାଇଁ ଓହ୍ଲାଇଥିବା ଧୀରଜ୍‌ ସକାରାତ୍ମକ ବାର୍ତ୍ତା ଦେଉଥିଲେ। ଏହାକୁ ଆଧାର କରି ଶୁଭ୍ରାଂଶୁ ଆକ୍ରମଣାତ୍ମକ ବ୍ୟାଟିଂ କରି ଓଡ଼ିଶାକୁ ବିଜୟ ଆଡ଼କୁ ବଢ଼ାଇଥିଲେ।

ଓଡ଼ିଶାକୁ ମ୍ୟାଚ୍ ଜିତିବା ପାଇଁ ଆଉ ୩ ରନ୍ ଆବଶ୍ୟକ ଥିଲା, ଅର୍ଥାତ ବିଜୟ ଦ୍ୱାରରେ ଓଡ଼ିଶା ପହଞ୍ଚିଯାଇଥିଲା। କିନ୍ତୁ ଠିକ୍‌ ସେତିକିବେଳେ ବରୁନ୍ ଆରୋନ୍‌ଙ୍କ ଏକ ବଲରେ ଧୀରଜ କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ। ଫଳରେ ଓଡ଼ିଶାର ଦ୍ୱିତୀୟ ଇନିଂସ୍ ୨୫୭ ରନ୍‌ରେ ହିଁ ସୀମିତ ରହି ଯାଇଥିଲା ଏବଂ ଝାରଖଣ୍ଡ ରୋମାଞ୍ଚକର ଢଙ୍ଗରେ ମ୍ୟାଚ୍‌କୁ ୨ ରନ୍‌ରେ ଜିତି ନେଇଥିଲା। ଓଡ଼ିଶାର ଅନ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ୫ଜଣ ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇନଥିଲେ। ଝାରଖଣ୍ଡ ପକ୍ଷରୁ ରାହୁଲ ଶୁକ୍ଳା ଓ ବରୁନ୍ ୨ଟି ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ।



from Odisha Reporter https://ift.tt/2PpXOiV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages